କଣ୍ଟାମାଳ ପ୍ରିମିୟର ଲିଗ କ୍ରିକେଟ ଉଦଯାପିତ

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ କ୍ରିକେଟ ଆସୋସିଏସନ ଦ୍ୱାରା ଚାଲିଥିବା ପ୍ରଥମ କଣ୍ଟାମାଳ ପ୍ରିମିୟର ଲିଗ କ୍ରିକେଟ ଉଦଯାପିତ ହୋଇଯାଇଛି l ଉଦଯାପନୀ ଦିବସରେ ଟାଇଟନ ୱାରିଅର ଓ ୟୁୟୁସିସି ପାୱାର ହିଟର ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏଥିରେ ଯୁ୍ୟୁସିସି ପାୱାର ହିଟର ଦଳକୁ ହରାଇ ଟାଇଟନ ୱାରିଅର ଦଳ ଚାମ୍ପିଅନ ହୋଇଥିଲା l ଉଦଯାପନୀ ଦିବସରେ କଣ୍ଟାମାଳ କେନ୍ଦୁଲିଫ ରେଞ୍ଜର ଆର୍ତ୍ତଚରଣ ମିର୍ଦ୍ଧା ମୁଖ୍ୟ ଅତିଥି ଓ କଣ୍ଟାମାଳ ବ୍ଲକ ସରପଞ୍ଚ ସଂଘ ର ସଭାପତି ସାର୍ଦୁଲ ନାଗ, ଆଇନଜୀବୀ ରାଧାବଲ୍ଲଭ ପ୍ରଧାନ, ମନୋଜ ଶର୍ମା, ଯଦୁବିହାରୀ ବାଘ, ସାମ୍ବାଦିକ ଜୟକୁମାର ମହାରଣା, ସତ୍ୟନାରାୟଣ ମାଝୀ, ଅଙ୍ଗଦ ତାଣ୍ଡି, ଧର୍ମେନ୍ଦ୍ର ରଣା, ଉତ୍କଳ ସାହୁ, ଅଧ୍ୟାପକ ବସନ୍ତ ଖଟୁଆ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଚାମ୍ପିଅନ ଟାଇଟନ ୱାରିଅର୍ସ ଓ ରନର୍ସଅଫ ଯୁ୍ୟୁସିସି ପାୱାର ହିଟର ଦଳକୁ ପୁରସ୍କୃତ କରିଥିଲେ l ସେହିପରି ଟାଇଟନ ଦଳର ମାନସ ମଲ୍ଲିକ ଙ୍କୁ ମେନ ଅଫ ଦ ମ୍ୟାଚ, ବିକ୍ରମ ଇଲେଭେନ ଷ୍ଟାର ଦଳର ହିମାନ ରଣା ଙ୍କୁ ମେନ ଅଫ ଦ ସିରିଜ, ବିଭୁ ପଣ୍ଡା ବେଷ୍ଟ ଫିଲଡର ଓ ମାନଗୋବିନ୍ଦ ମହାନନ୍ଦ ବେଷ୍ଟ ବୋଲର, ପିଣ୍ଟୁ ଖଟୁଆଙ୍କୁ ବେଷ୍ଟ ସ୍ପିକର ଭାବେ ପୁରସ୍କୃତ କରାଯାଇଥିଲା l ହରି ରଣା ଓ ପ୍ରଶାନ୍ତ ବିଶ୍ୱାଳ ଅମ୍ପାୟାର, ବିଶ୍ୱଜିତ ସାହୁ ସ୍କୋରର ଏବଂ ରାଜକିଶୋର ମିଶ୍ର ଓ ଅଚ୍ୟୁତ ମିଶ୍ର ଖେଳ ଧାରା ବିବରଣୀ ପ୍ରଦାନ କରିଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More