କଜ୍ଜଳପୁରକୁ ହରାଇ ଖୋର୍ଦ୍ଧା ଚମ୍ପିଆନ

13

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) :- କଟକ ସଦର ଥାନା ଅନ୍ତର୍ଗତ କୋରକୋରା ଗ୍ରାମ ଖେଳ ପଡିଆରେ ଅଗ୍ରଣୀ ସାମାଜିକ ସାମାଜିକ ସଂଗଠନ “ପ୍ରତିଧ୍ଵନି “ପକ୍ଷରୁ ଏକ ସୀମିତ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମାଞ୍ଚଳର ବଛା ବଛା ଆଠଟି ଦଳ ଯଥା – କଜଳ ପୁର, ବାଙ୍କେଶ୍ଵର, ତରେଇସାହି ( ସାବଳ) , ଖୋର୍ଦ୍ଧା, ପାଇକପଡା, ରାଣୀପଡା, ବିଶିପଦା,ଓ କୋରକୋରା ଯୋଗ ଦେଇଥିଲେ। ଏହାକୁ କଟକ ସଦର ପ୍ରେସ କ୍ଲବ ର ସଭାପତି ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସନାତନ ପରିଜା, ଜାତୀୟ ଦୁର୍ନୀତି ନିବାରଣ ଓ ମାନବାଧିକାର କମିଟି ଅଫ ଇଣ୍ଡିଆ ଓଡ଼ିଶା ଶାଖା ସଭାପତି ତଥା ଟୁଇନ ସିଟି ପ୍ରେସ କ୍ଲବ ସମ୍ପାଦକ ଭବାନୀ ଶଙ୍କର ପାତ୍ର, ଟୁଇନ ସିଟି ପ୍ରେସ କ୍ଲବର ସହ ସମ୍ପାଦକ ଗୁରୁ ମହାପାତ୍ର, ସାମ୍ବାଦିକ ସନ୍ତୋଷ ପ୍ରଧାନ ଓ ସାମ୍ବାଦିକ ନିର୍ମଳ ବେହେରା, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସନ୍ଧ୍ୟାରେ ଉଦଯାପନ କାର୍ଯ୍ୟକ୍ରମରେ କଟକ ସଦର ଥାନା ଅଧିକାରୀ ରଶ୍ମି ରଂଜନ ମହାପାତ୍ର, କଟକ ବାର ଆସୋସିଏସନର ସଭାପତି ଆଇନଜୀବୀ ମେହେବୁବ ଅଲ୍ଲୀ, ସମ୍ପାଦକ ଆଇନଜୀବୀ ଜ୍ଞାନେନ୍ଦ୍ର ପରିଡ଼ା, ଆଇନଜୀବୀ ଜ୍ଞାନ ପଟ୍ଟନାୟକ, ଆଇନଜୀବୀ ଦିଲୀପ ପାଳିତ,ଆଇନଜୀବୀ ଜ୍ୟୋତିର୍ମୟ ମହାପାତ୍ର, ଆଇନଜୀବୀ ଶୟଦ୍ ମେହେବୁବ ଅଲି,ଆଇନଜୀବୀ ସତ୍ୟ ମହାପାତ୍ର, ବରିଷ୍ଟ ଆଇନଜୀବୀ ଅଶୋକ ଷଡଙ୍ଗୀ,କଟକ ଇଣ୍ଡୋସିଣ୍ଡ ବ୍ୟାଙ୍କର ମ୍ୟାନେଜର ଶଶିକାନ୍ତ ସୁତାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହିତ କୋଡିଏ ହଜାର ଟଙ୍କା ପ୍ରଦାନ କରିଥିଲେ ।ରନର୍ସ ଅପ ଦଳକୁ ଟ୍ରଫି ସହିତ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି ଫାଇନାଲ ମ୍ୟାଚରେ ଖୋର୍ଦ୍ଧା ଟିମ୍ କଜ୍ଜଳ ପୁର ଟିମ୍ କୁ ହରାଇ ଚମ୍ପିୟାନ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ଆକର୍ଷଣ ଡ୍ୟାନସିଂ ଆଂପ୍ୟାର ପିଣ୍ଟୁଙ୍କ ଡ୍ୟାନ୍ସ ଦର୍ଶକଙ୍କ ମନ ମୋହିଥିଲା।ଅନ୍ୟ ଓଡିଶା କ୍ରିକେଟ ଆସୋସିଏସନର ବରିଷ୍ଠ ଆଂପ୍ୟାର ସତ୍ୟବ୍ରତ ମହାପାତ୍ର ଖେଳଟିକୁ ପରିଚାଳନା କରିଥିଲେ। ପ୍ରତିଧ୍ଵନି ର ଅଧକ୍ଷ ଆଇନଜୀବୀ ପ୍ରଣବ କୁମାର ବିଶ୍ଵାଳ , ସମ୍ପାଦିକା ଜ୍ୟୋତିପ୍ରଭା ସ୍ୱାଇଁ, ସଂଗଠନ ର ବରିଷ୍ଠ ଉପଦେଷ୍ଠା ଆଲୋକ ସ୍ବାଇଁ, ସମୀର ସାମନ୍ତରାୟ, ସବ୍ୟସାଚୀ ବିଶ୍ଵାଳ, ଶଙ୍କର ଦଳାଇ, ବିରେନ୍ ମଲ୍ଲିକ, ଏବଂ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଖେଳ ପରିଚାଳନା କରିଥିଲେ।କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More