ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ

29

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରିଡା ସଂଗଠନ, ଭୁବନେଶ୍ବର ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ଯlଳୟ ଆନୁକୁଲ୍ଯରେ ଆୟୋଜିତ ବାରିପଦା ସ୍ତିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ, ତକତପୁର ପରିସରରେ ଡିସେମ୍ବର ୨ ରୁ ୭ ତାରିଖ ପର୍ଯ୍ୟନ୍ତ ୧୭ ବର୍ଷରୁ କମ ଉଭୟ ବାଳକ, ବାଳିକା ବର୍ଗର ଓଡ଼ିଶା ରାଜ୍ୟ ଚାଲିଥିଲା ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା ୨୦୨୪-୨୫ ଉଦଯାପିତ ହୋଇଯାଇଛି।ମାଧ୍ୟମିକ ଶିକ୍ଷା ନିଦେଶାଳୟ, ଓଡିଶା ଭୁବନେଶ୍ବର ସହ ନିର୍ଦେଶକ ଶାରୀରିକ ଶିକ୍ଷା ଜ୍ୟୋତିପ୍ରସାଦ ପରିଡାଙ୍କ ମାର୍ଗଦର୍ଶନରେ ଓ ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ତଥା ସାଙ୍ଗଠନିକ ସମ୍ଫଦକ ପୂର୍ଣଚନ୍ଦ୍ର ସେଠିଙ୍କ ସଭାପତିତ୍ଵରେ ଏହି ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା। ଏଥିରେ ଗଜପତି ଜିଲ୍ଲାରୁ ୧୪ଜଣ ଖେଳାଳି ଏବଂ ଟୀମ ମ୍ଯାନେଜର ଓ କୋଚ ଭାଗନେଇଥିଲେ। ପ୍ରଥମେ ଝାରସୁଗୁଡାକୁ ହରାଇ ଥିଲେ। ଓ ସମ୍ବଲପୁର ଓ କୋଟପୁଟ କୁ ହରାଇ ସେମିଫାଈନେଲ କୁ ଉନ୍ନୀତ ହୋଇଥିଲେ। ସେମିଫାଈନେଲରେ ଅନୁଗୁଳକୁ ହରାଇ ଫାଈନେଲରେ ନିଜର ସ୍ତାନ ହାସଲ କରିଥିଲେ। ଫାଈନେଲ ମ୍ଯାଚ ମୟୂରଭଞ୍ଜ ଓ ଗଜପତି ମଧ୍ୟରେ ହୋଇଥିଲା। ପ୍ରତିଯୋଗିତାରେ ମୟୂରଭଞ୍ଜ ଚମ୍ପିୟନ(ବିଜେତା) ଏବଂ ଗଜପତି ରନର୍ସଅପ(ଉପବିଯେତା) ହୋଇଥିଲେ। ଫାଈନେଲରେ ପ୍ରଥମ ଥର ପାଇଁ ରନର୍ସଅପ ହୋଇଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ଡ: ମାୟାଧର ସାହୁ ସମସ୍ତ ଖେଳାଳି ଏବଂ ଟୀମ ମ୍ଯାନେଜର ଓ କୋଚ ମାନଙ୍କୁ ଧନ୍ୟବାଦ ଜଣ।ଈଥିଲେ । ଅତି ରିକ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ମଧ୍ୟ ସମସ୍ତ ଖେଳାଳି ତଥା ଟୀମ ମ୍ଯାନେଜର ଓ କୋଚ ମାନଙ୍କୁ ଧନ୍ୟବାଦ ଜନାଈବା ସହ ସାଧୁବାଦ ପ୍ରଦାନ କରିଥିଲେ। ରାଜ୍ୟସ୍ତରରେ ପ୍ରଥମଥର ପାଈଁ ଉପବିଯେତ।, ରନର୍ସଅପ ହୋଇଥିବାରୁ ସମସ୍ତ କ୍ରିଡା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ଧନ୍ୟବାଦ ଜନାଈବା ସହ ଆହୁରି ଭଲଭାବରେ ଖେଳାଳିମାନେ ଯେପରି ଭବିଷ୍ୟତ ରେ ଦଳ ଚମ୍ପିୟନ ହୋଇ ପାରିବ ପ୍ରୟାସ ଜରିରଖିବା ପାଇଁ କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More