ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥ ଏଲକେଲା ସାହି ଖେଳ ପଡିଆ ଠାରେ ଆଜି ରାତ୍ର ଆଠଟା ବେଳେ ଜୟ ଦୁର୍ଗା ନାଇଟ ସର୍କେଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜନ୍ ୭ ର ଉଦଘାଟନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ହାଇ ଟେକ୍ ଗ୍ରୁପର ନିର୍ଦ୍ଦେଶକ ରାକେଶ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ବିଜେଡ଼ିର ବରିଷ୍ଠ ନେତା ବସନ୍ତ ଦାସ, ବରିଷ୍ଠ ସାମ୍ବାଦିକ ଦ୍ଵିଯେନ୍ ନାଥ ପାଢୀ ପ୍ରମୁଖ ଉପସ୍ଥିତ ରହି ଏହି ଟୁର୍ଣ୍ଣାମେଣ୍ଟ ସିଜନ୍ ୭ ର ରିବିନ କାଟି ଶୁଭ ଉଦଘାଟନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ସିଜନ୍ ୭ ଟି ଜୁନିଅର କ୍ରାନ୍ତି ଟିମ୍ ପକ୍ଷରୁ ଆୟୋଜିତ କରାଯାଇଥିବା ବେଳେ ଏହା ଚଳିତ ମାସ ୧୫ ତାରିଖ ଯାଏ ଖେଳା ଯିବ। ଯାହାକୁ ନେଇ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ସମସ୍ତ ଟିମ୍ କୁ ଅଭିନନ୍ଦନ ଜଣାଇ ଥିବା ବେଳେ ଫାଇନାଲ ମେଚ ରେ ଉପସ୍ଥିତ ରହିବେ ବୋଲି ନିଜର ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ଜୁନିଅର କ୍ରାନ୍ତି ଟିମ୍ ର ସଦସ୍ୟ ମାନେ ପରିଚାଳନା କରିଥିଲେ।