ଏମପିଏଲ ଟୁର୍ଣାମେଣ୍ଟ ଦେଖିବା ପାଇଁ ହଜାର ହଜାର କ୍ରିକେଟ ପ୍ରେମୀଙ୍କ ଭିଡ଼

26

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ଗ୍ରାମ ପଞ୍ଚାୟତ ହାଇ ସ୍କୁଲ ଖେଳ ପଡିଆ ରେ ପ୍ରଥମ ଥର ଏମ ପି ଏଲ କ୍ରିକେଟ ମ୍ୟାଚ୍ ମନ ମୁଣ୍ଡା କ୍ରିକେଟ ଆସୋସେଶନ ଦ୍ଵାରା ଆରମ୍ଭ କରାଯାଇଛି। ଏହି ମ୍ୟାଚ ରେ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ବିଜୟ ୱାରିଅର୍ଷ ,ହୁସେନ ଟାଇଟନ,ପ୍ରହରାଜ ୱାରିଅର୍ଷ,ବଘାର ବ୍ରଦର୍ଷ, ପିଙ୍କି ଫାଇ ଟର,ମେହେର ସୁପର ଷ୍ଟାର,କଳିଙ୍ଗ ୱାରିଅର୍ଷ , ଶିମ୍ବା ସୁପର କିଙ୍ଗ ,ନାମରେ ନାମିତ କରାଯାଇଛି। କଣ୍ଟାମାଳ ବ୍ଲକର ସମସ୍ତ 24 ଟି ପଞ୍ଚାୟତର ଖେଳାଳି ଏହି ଟୁର୍ଣା ମେଣ୍ଟ ରେ ଅଂଶ ଗ୍ରହଣ କରିଛନ୍ତି।ଆଜିର ପ୍ରଥମ ମ୍ୟାଚ ହୁଶେନ୍ ଟାଇଟନ୍ ଓ ପ୍ରହରାଜ ଲାୟଂଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ମ୍ୟାଚ ରେ ହୁସେନ ଟାଇ ଟନ୍ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ ଟି ପିଙ୍କି ଫାଇ ଟର ଓ ବଘାର ବ୍ରଦର୍ଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବଘାର ବ୍ରଦର୍ଷ ଏହି ଏମ ପି ଏଲ ରେ ତାର ବିଜୟ ସ୍ରୋତ ଆରମ୍ଭ କରିଛି। ଏହି ଟୁର୍ଣା ମେଣ୍ଟ ରେ ଆଜି ସମାଜ ସେବୀ ଆଶିଷ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବ୍ଲକ ଚେୟାର ପର୍ସନ ଶ୍ରୀମତୀ ସସ୍ମିତା ସେନାପତି ଫିତା କାଟି ଉକ୍ତ ମ୍ୟାଚ କୁ ଆରମ୍ଭ କରିଥିବା ବେଳେ ତାଙ୍କ ସାଙ୍ଗରେ ମନ ମୁଣ୍ଡା ପଞ୍ଚାୟତର ସରପଞ୍ଚ ରଞ୍ଜୁ ବେହେରା ଯୋଗ ଦେଇଥିଲେ। ମ୍ୟାଚ ପରିଚାଳନା କରିଥିଲେ ଶ୍ରିବନ୍ତ ନାୟକ ଓ ରାକେଶ ବିଶି ସ୍କୋରର ଦାୟିତ୍ୱରେ ଥିଲେ ବିବେକ କର୍ଣ୍ଣ, ଧାରା ବିବରଣୀ ଦେଇଥିଲେ ମାନସ କୁମାର ଦାସ ଓ ଖେଳର ଲାଇଭ ୟୁ ଟବ୍ ମାଧ୍ୟମରେ ପ୍ରସାରଣ କରିଥିଲେ ସୁରଥ ଦାସ। ଏପରି ଏକ କ୍ରିକେଟ ମ୍ୟାଚ ହେଉଥିବା ଜାନୀ ବହୁ ହଜାର ହଜାର କ୍ରିକେଟ ପ୍ରେମୀ ଉକ୍ତ ମ୍ୟାଚର ମଜା ନେଇଥିଲେ। ଆସନ୍ତା 15 ତାରିଖ ରବିବାର ଦିନ ଉକ୍ତ ଟୁର୍ଣା ମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଏହି ଟୁର୍ଣା ମେଣ୍ଟର ସାଜ ସଜା ଓ ଲାଇଟ୍ ସାଉଣ୍ଡ ସ୍ଵାଗତ ଟେଣ୍ଟ ହାଉସ ର ମାଲିକ ସୁରେନ୍ଦ୍ର ସାହୁ ଙ୍କୁ ଦର୍ଶକ ମାନେ ସାଜ ସଜ୍ଜା ଦେଖି କୃତଜ୍ଞତା ଜଣାଇଛନ୍ତି। ମନ ମୁଣ୍ଡାର ସମସ୍ତ ଖେଳାଳିଙ୍କଠୁ ଆରମ୍ଭ କରିରାଜ ନେତା ଓ ବ୍ୟବସାୟୀ ମଧ୍ୟ ଏହି ମ୍ୟାଚ୍ ପାଇଁ ଦିନ ଏକ କରିଦେଇଥିବା ଦେଖିବାକୁ ମିଳିଛି l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More