ଆନ୍ତର୍ଜାତିୟ ଖେଳକୁଦ ପ୍ରତିଯୋଗିତାରେ କିଶୋର ଚନ୍ଦ୍ର ରଥଙ୍କ ୩ଟି ସ୍ୱର୍ଣ୍ଣ ପଦକ ଲାଭ

23

Get real time updates directly on you device, subscribe now.

ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ) : – ନିକଟରେ ଶ୍ରୀଲଂକାରେ ୪ ରୁ ୬ ଏପ୍ରିଲ ପର୍ଯ୍ୟନ୍ତ ହୋଇଥିବା ଆନ୍ତର୍ଜାତୀୟ ମାଷ୍ଟର୍ସ ଖେଳକୁଦ ପ୍ରତିଯୋଗିତାରେ ଗଜପତିର ଗୌରବ କିଶୋର ଚନ୍ଦ୍ର ରଥ ଭାଗ ନେଇଥିଲେ।ସେ ୧୦୦ ମିଟର ଦୌଡ଼,ଲଂଗଜମ୍ପ ଏବଂ ଟ୍ରିପଲଜଂପରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି।ଗଜପତି ଜିଲ୍ଲା ତଥା ଓଡିଶା ପାଇଁ ଆଣିଥିବା ବିରଳ କ୍ରୁତିତ୍ୱ ପାଇଁ ସେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏସ୍.ଡବ୍ଲ୍ୟୁ. ଡବ୍ଲ୍ୟୁ.ଏସ୍.ର ସଭାପତି ଡ.ଡି. ଜଗନ୍ନାଥ ରାଜୁଂକ ସହାୟତା ଉଲ୍ଲେଖନୀୟ।ତାଙ୍କର ସହଯୋଗରେ ସେ ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବାପାଇଁ ପ୍ରେରଣା ପାଇଥିଲେ।ଏହି ବିରଳ କ୍ରୁତିତ୍ୱ ପାଇଁ ଦେବେନ୍ଦ୍ର ଦାସ,ଭାରତଭୂଷଣ ମହାନ୍ତି,ଳକ୍ଷ୍ମୀ ବରାଡ,ଦୀପକ ମହାନ୍ତି ତଥା ସାମ୍ୱାଦିକ ଭାଗବତ ପାଢୀ, ବିବେକାନନ୍ଦ ବେହେରା, ଆଦର୍ଶ ଦାଶ, ତାରିଣୀ ପ୍ରସାଦ ପଣ୍ଡା, ଗରୁଡଧ୍ୱଜ ଚୌଧୁରୀ,ଗଣେଷ କୁମାର ରାଜୁ ଶୁଭେଚ୍ଛା ଜଣାଇଛନ୍ତି। ୬୦ରୁ ଉର୍ଦ୍ଧ୍ୱ ବୟସରେ ମଧ୍ୟ ସେ ନିୟମିତ ବ୍ୟାୟାମ ଜାରି ରଖିଛନ୍ତି। ତତ୍ ସଂଗେସଂଗେ ଯୁବଗୋଷ୍ଠୀ ମାନଂକୁ ସ୍ଥାନୀୟ ଗଜପତି ଷ୍ଟାଡିୟମରେ ପ୍ରତିଦିନ ଶାରିରୀକ ଶିକ୍ଷା ଦେଉଛନ୍ତି।ସେ କହନ୍ତି,”ନିଜ ଶରୀର ସୁସ୍ଥ ରଖିବାକୁ ନିୟମିତ ବ୍ୟାୟାମ ଜରୁରୀ ଯେଉଁଠି ବୟସ ହାର ମାନେ”।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More