ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

15

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମରେ ଗତ ଅକ୍ଟୋବର ୧୧ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୧୭ ବର୍ଷରୁ କମ ଅନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ କ୍ରୀଡା ସାରା ବିଶ୍ୱକୁ ବାନ୍ଧି ରଖିଛି ସାରା ଭାରତରେ ଓଡିଶା ଆଜି କ୍ରୀଡାରେ ରୋଲ ମଡେଲ ସାଜିଛି l ଭୁବନେଶ୍ୱରରେ ହକି ବିଶ୍ୱକପ ଓ ଏସିଆଡ୍ ଗେମ ଅନୁଷ୍ଠିତ ହୋଇଛି l ରାଜ୍ୟ ସରକାର ସଫଳ ଭାବରେ କ୍ରୀଡା ଆୟୋଜନ କରି ଇତିହାସ ସୃଷ୍ଟି କରିଛି l ଉଦଯାପିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ କହିଲେ ଆଜି ରାଜ୍ୟରେ ବିଶ୍ଵ ସ୍ତରୀୟ କ୍ରୀଡା ଆୟୋଜିତ ହେଇଛି l କ୍ରୀଡା ଦ୍ୱାରା ପିଲାମାନଙ୍କର ଶାରୀରିକ ଓ ମାନସିକ, ବୌଦ୍ଧିକ ବିକାଶ ସାଧିତ ହୁଏ l ସମ୍ମାନିତ ଅତିଥିଭାବେ ଜିଲାପରିଷଦ ସଭାପତି ମନୋଜ କୁମାର ଭୋଇ କ୍ରୀଡା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥିଭାବେ ଯୋଗଦେଇ ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂ ଓ ଜଗତସିଂହପୁର ବ୍ଳକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା ଯୋଗଦେଇ ଖେଳ ସମ୍ପର୍କିତ ଆଲୋକପାତ କରିଥିଲେ l ଏହି ଫୁଟବଲ ଖେଳରେ ବାଳିକା ଗ୍ରୁପର ତିର୍ତ୍ତୋଲ ବ୍ଲକ ଚାମ୍ପିୟାନ ହୋଇଥିବା ବେଳେ କୁଜଙ୍ଗ ବ୍ଲକ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ l ସେହିପରି ବାଳକ ବର୍ଗରେ ତିର୍ତ୍ତୋଲ ବ୍ଲକ ଚାମ୍ପିୟାନ ହୋଇଥିବା ବେଳେ ବିରିଡି ବ୍ଲକ ରନର୍ସଅଫ ହୋଇଥିଲା l ମୁଖ୍ୟଅତିଥି ଚାମ୍ପିୟାନ ଓ ରନର୍ସଅଫକୁ ସିଲଡ଼ ପ୍ରଦାନ କରିଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଏହି ଉଦଯାପିତ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ l ମାର୍କଣ୍ଡପୁର ହାଇସ୍କୁଲର ପ୍ରଧାନଶିକ୍ଷକ ସୁଭାଷ କୁମାର ରାଉତ ଅତିଥି ପରିଚୟ ପତ୍ର ପ୍ରଦାନ କରିଥିଲାବେଳେ ଶେଷରେ ଅତିରିକ୍ତ ଜିଲ୍ଲା ଅଧିକାରୀ ରାଜ୍ୟଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ lପରିଚାଳନା କରିଥିଲେ ଜିଲା ଶାରୀରିକ ଶିକ୍ଷା ପରିଦର୍ଶକ ବିଦ୍ୟାଧର ପ୍ରଧାନ। ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More