5 ଟି ସଚୀବଙ୍କ ଉପରେ କାଳୀ ମାଡ ଘଟଣାକୁ ନିନ୍ଦା କରିଛନ୍ତି ସତ୍ୟବାଦୀର ବିଜେପି ନେତା ଓମ୍ ପ୍ରକାଶ ମିଶ୍ର

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ସେପଟେ 5 ଟି ସଚୀବଙ୍କ ଉପରେ କାଳୀ ମାଡ ଘଟଣାକୁ ନିନ୍ଦା କରିଚନ୍ତି ସତ୍ୟବାଦୀର ବିଜେପି ନେତା ଓମ୍ ପ୍ରକାଶ ମିଶ୍ର। ସେ କହିଛନ୍ତି କାଳୀ ମାଡ କରିଥିବା ବ୍ୟକ୍ତି ବିଜେପିର ନୁହେଁ। ବିଧାୟକ ଏହା ମିଛରେ କହିଛନ୍ତି। କାଳୀ ମାଡ କରିଥିବା ବ୍ୟକ୍ତି ଭାସ୍କର ସାହୁ ଚଳିତ ପଞ୍ଚାୟତ ନିର୍ବାଚନରେ ବିଧାୟକଙ୍କ ପଂଚାୟତ ବଡାଲ ପଂଚାୟତରୁ ବିଜେଡି ଟିକଟ ପାଇଁ ଆଶାୟୀ ଥିଲେ। ହେଲେ ସେ ଟିକେଟ ପାଇବାରୁ ବଞ୍ଚିତ ହେବାରୁ ସେ ଏହି କାଣ୍ଡ କରିଛନ୍ତି । ସେହିପରି ବିଧାୟକ ସ୍ଥିତି ଟଳମଳ ଥିବା ବେଳେ ସତ୍ୟବାଦୀ ଆସନ ଟିକେଟ ପାଇଁ ଏବେ ଅନେକ ବିଜେଡି ନେତା ରେସରେ ଅଛନ୍ତି। ଏଣୁ ବିଜେଡିରୁ କେହି ଏହି କାର୍ଯ୍ୟ କରିଥାଇ ପାରନ୍ତି ବୋଲି ବିଜେପି ନେତା ଓମ୍ ପ୍ରକାଶ ମିଶ୍ର କହିଛନ୍ତି। ବିଜେଡିରେ ଟିକେଟକୁ ନେଇ ଅନ୍ତ କନ୍ଦଳ ତୀବ୍ର ହେଉଥିବା ବେଳେ ଏହି କାଳୀ ମାଡ ତାହାର ପ୍ରତିଫଳନ ହୋଇଥାଇପାରେ ବୋଲି ଓମ୍ ପ୍ରକାଶ ମିଶ୍ର କହିଛନ୍ତି। ତେବେ ବିଜେପି ଏକ ଶୃଙ୍ଖଳିତ ଦଳ। ବିଜେପି କାଳୀ ମାଡ, ଅଣ୍ଡା ମାଡ କରେନାହିଁ। ବିଜେପି ରାଜ ରାସ୍ତାରେ ଲଢେଇ କରେ। ଏଥି ପାଇଁ ଜେଲ ଯିବାକୁ ମଧ୍ଯ ବିଜେପି ନେତା ପ୍ରସ୍ତୁତ। ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ରେ ବିଜେପି ଆନ୍ଦୋଳନ, ପ୍ରତିବାଦ ରେ ବିଶ୍ୱାସ ରଖେ। ହେଲେ ବିଜେଡ଼ିର ଅନ୍ତ କନ୍ଦଳ ଯୋଗୁ 5 ଟି ସଚୀବଙ୍କ ଉପରେ କାଳୀ ମାଡ ହୋଇଥିବା ବେଳେ ସତ୍ୟବାଦୀ ବିଧାୟକ ଏହାକୁ ଲୁଚାଇବାକୁ ଯାଇ ବିଜେପି ଉପରେ ଦୋଷ ଲଦି ବଦନାମରୁ ବଞ୍ଚିବାକୁ ସତ୍ୟବାଦୀ ବିଧାୟକ ଚେଷ୍ଟା କରୁଥିବା ବିଜେପି ନେତା ଓମ୍ ପ୍ରକାଶ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More