୨୦୨୪ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ

11

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ଜଗତସିଂହପୁର ଜିଲା ବିଜୁଜନତା ଦଳର କାର୍ଯ୍ୟ କର୍ତ୍ତା ବୈଠକ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ,ଜିଲା ପର୍ଯ୍ୟବେକ୍ଷକ ଡକ୍ଟର ଅରୁଣ କୁମାର ସାହୁ, ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଏରସମା ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ, ତୀର୍ତ୍ତଲ ବିଧାୟକ ଵିଜୟ ଶଙ୍କର ଦାସ, ପାରାଦ୍ୱୀପ ବିଧାୟକ ସମ୍ବିତ କୁମାର ରାଉତରାୟ, ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲୀକ ଯୋଗଦେଇ ବିଜୁ ଜନତା ଦଳର ଆଭିମୁଖ୍ୟ, ଆଗାମୀ ୨୦୨୪ ନିର୍ବାଚନ ସାଙ୍ଗଠନିକ ସ୍ତରରେ କିଭଳି କ୍ରିୟା ଶୀଳ କରାଯିବ ସେନେଇ କର୍ମୀମାନଙ୍କୁ ସାଙ୍ଗଠନିକ ସମ୍ପାଦକ ଗୁରୁମନ୍ତ୍ର ଦେଇଥିଲେ।ଏହି ଅବସରରେ ନୂତନ ଭାବେ ଜିଲାର ଦାୟିତ୍ୱ ନେଇଥିବା ଜିଲା ସଭାପତି ରବି ନାରାୟଣ ଜେନା ଓ ଜିଲା କାର୍ଯ୍ୟକାରୀ ସଭାପତି ଜ୍ୟୋତିଷ ଦାସଙ୍କୁ ସ୍ୱାଗତ କରାଯାଇଥିଲା।ଏପରିକି ଜଗତସିଂହପୁର ଜିଲ୍ଲାକୁ ଫାଇଭ ଟି ସଚିବ ଭି କେ ପାଣ୍ଡିଆନଙ୍କ ଗ୍ରସ୍ତ ନେଇ ମଧ୍ୟ ପ୍ରାକ ପସ୍ତୁତି ହୋଇଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More