ସ୍ଵାଧୀନ ପ୍ରାର୍ଥୀ ଭାବରେ ପୁରୀ ସଦରରୁ ଲଢିବେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ

43

Get real time updates directly on you device, subscribe now.

ପୁରଇ(ସଂଘର୍ଷ ମିଡିଆ) : – ଅର୍ଥ ବଳ ବନାମ ଲୋକବଳ ବାର୍ତ୍ତା ନେଇ ବଡଶଙ୍ଖସ୍ଥିତ ଏକ କଲ୍ୟାଣ ମଣ୍ଡପଠାରେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏହି ସମ୍ମିଳନୀରେ ସହରର ବହୁ ବୁଦ୍ଧିଜୀବୀ ତଥା ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀ ରଥ l ସେ ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ିବାକୁ ଯାଉଥିବା ନେଇ କହିଛନ୍ତି l ବ୍ୟୟବହୁଳ ରାଜନୀତିରେ ଲଢ଼ିବା ପାଇଁ ତାଙ୍କ ପାଖରେ ଅର୍ଥ ବଳ ନାହିଁ। ଲୋକବଳ ହିଁ ତାଙ୍କ ଶକ୍ତି ।ଏହି ଆଧାରରେ ସେ କୌଣସି ରାଜନୈତିକ ଦଳ ନୁହେଁ ବରଂ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଶ୍ରୀ ରଥ କହିଛନ୍ତି। ବାରମ୍ବାର ପରାଜୟ ସତ୍ତ୍ୱେ ମଧ୍ୟ ପୁରୀରେ ମଧୁର ଜଳ ଅଞ୍ଚଳର ସୁରକ୍ଷା ହେଉ ବା ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ୮୦ ହଜାର ଲୋକଙ୍କ ଜମିଜମା ସମସ୍ୟା ହେଉ, ସରକାରୀ ମହିଳା ମହାବିଦ୍ୟାଳୟ ନିଜସ୍ଵ ବିଲଡ଼ିଂ ପ୍ରସଙ୍ଗ ହେଉ ସବୁଠାରୁ ବଡ ବେଦାନ୍ତ କମ୍ପାନୀକୁ ହଟାଇବା ହେଉ ନିଃସ୍ଵାର୍ଥପର ଭାବେ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଉମା ରଥଙ୍କ ପାଇଁ ସମସ୍ତେ ସହଯୋଗ କରିବା ସହ ତାଙ୍କୁ ଜିତାଇବା ପାଇଁ ନିଜ ନିଜ ସ୍ତରରେ କାର୍ଯ୍ୟ କରିବାକୁ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା। ସହରର ବୁଦ୍ଧିଜୀବୀ, ସଚେତନ ନାଗରିକ ତଥା ବିଭିନ୍ନ ବର୍ଗର ଲୋକମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More