ସ୍ମିତା ମିଞ୍ଜଙ୍କ ମୃତ୍ୟୁର ସି ବି ଆଇ ତଦନ୍ତ ଓ ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ମହିଳା କଂଗ୍ରେସର ନୀରବ ପ୍ରତିବାଦ
ରାଉଆରକେଲା(ସଂଘର୍ଷ ମିଡିଆ) : – ଆଜି ରାଉରକେଲା ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ନିରୁପମା ବଳୀୟା ସିଂହଁ ଙ୍କ ନେତୃତ୍ୱରେ ଗନ୍ଧି ପ୍ରତିମୃତି ପାନପୋଷ ଛକ ଠାରେ ସୁସ୍ମିତା ମିଂଜଙ୍କ ରହସ୍ୟ ଜନକ ମୃତ୍ୟୁର ସି.ବି.ଆଇ ତଦନ୍ତ ଦାବି ଓ ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ ଦାବିରେ ନୀରବ ପ୍ରତିବାଦ ଓ ଗଣଧାର ଦିଆଯାଇଥିଲା ଓ ତତ୍ ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ୱାଟସପ ମାଧ୍ୟମରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ପଠାଗଲା । ଆସି୍ଷ୍ଟାଣ୍ଟ କଲେକ୍ଟର ସ୍ବର୍ଗତ ସସ୍ମୀତା ମିଂଜଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ରାଉରକେଲା ବାସି ସନ୍ଦେହରେ ଅଛନ୍ତି। ତେଣୁ ଯଥାଶୀଘ୍ର ସି.ବି.ଆଇ ତଦନ୍ତ କରି ରାଉରକେଲା ବାସୀଙ୍କୁ ସନ୍ଦେହ ମୁକ୍ତ କରିବା ପାଇଁ ଦାବି କରାଯାଇଛି।ଦାବି ପୂରଣ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଛି ଅନ୍ୟପକ୍ଷରେ କଳା କପଡା ପିନ୍ଧି ସହ ମହିଳା ଓ କଂଗ୍ରେସ୍ ନେତୃବୃନ୍ଦ ସରକାର୍ ଓ ପ୍ରଶାସନ କୁ ପ୍ରତିବାଦ ଜଣାଇଛନ୍ତି।