ସୋନିଆ ଙ୍କୁ ଭେଟିଲେ ନରସିଂହ ମିଶ୍ର

13

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – ସୋନିଆ ଗାନ୍ଧୀଙ୍କୁ ଭେଟିଲେ ନରସିଂହ ମିଶ୍ର । ଘଣ୍ଟା ଘଣ୍ଟା ଧରି ଚାଲିଲା ନିର୍ବାଚନ ବିଷୟରେ ଆଲୋଚନା ପର୍ଯ୍ୟଲୋଚନା । ହଁ ଦର୍ଶକ ବନ୍ଧୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଦିଲ୍ଲୀଠାରେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ବାସଭବନରେ ଘଣ୍ଟାଏ ଘଣ୍ଟାଏ ଧରି ଚାଲିଥିବା ଆଲୋଚନାରେ ଦେଶର ରାଜନୈତିକ ପରିସ୍ଥିତି ଏବଂ ନିର୍ବାଚନ ସଂପର୍କରେ ଉଭୟ ଆଲୋଚନା କରିଥିଲେ ବୋଲି ସୂଚନା ମିଳିଛି । କେନ୍ଦ୍ର ସରକାରଙ୍କ ରାଜନୈତିକ ଆକ୍ରୋଶ ରଖି ସିବିଆଇ ଏବଂ ଇଡିକୁ ବ୍ୟବହାର କରୁଥିବା ଶ୍ରୀ ମିଶ୍ର ଦୃଷ୍ଟି ଆକର୍ଷଣ କରିଥିଲେ । ଏଭଳି ସମସ୍ୟା ବିରୋଧରେ ଆଗାମୀ ଦିନରେ କିପରି କଂଗ୍ରେସ ଦଳ ଦେଶ ପାଇଁ ଲଢ଼ିବ ସେହି ଉପ‌ରେ ଉଭୟେ ଅନେକ କିଛି ଗୁରୁତ୍ବାରୋପ କରିଥିଲେ । ଏଥିରେ ଇଲେକ୍ଟୋରାଲ୍‌ ବଣ୍ଡ ଆକାରରେ ଦଳୀୟ ପାଣ୍ଠି ସଂଗ୍ରହ ପ୍ରସଙ୍ଗ ମଧ୍ୟ ଆଲୋଚନା ବିଷୟରେ ସ୍ଥାନ ପାଇଥିଲା । ରାଜ୍ୟରେ କଂଗ୍ରେସ ଦଳୀୟ ପ୍ରାର୍ଥୀ ଚୟନ ଓ ଆଗାମୀ ଦିନରେ ଦଳ କିପରି ସାଂଗଠନିକ ସ୍ତରରେ ମଜଭୁତ ହେବ । ତାହା ଏହି ସାକ୍ଷାତ ବେଳେ କଥା ହୋଇଥିବା ଖବର ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More