ସିକ୍କିମରେ ଏସକେଏମକୁ ବହୁମତ

30

Get real time updates directly on you device, subscribe now.

ନୂଆଦିଲ୍ଲୀ:(ଏଜେନ୍ସି) ସିକ୍କିମରେ ରବିବାର ଭୋଟ ଗଣତି ଚାଲିଥିବାବେଳେ ସ୍ଥିର ସରକାର ଗଠନ ହେବା ନିଶ୍ଚିତ ହୋଇଯାଇଛି। ସିକ୍କିମରେ ସିକ୍କିମ କ୍ରାନ୍ତି ମୋର୍ଚ୍ଚା (ଏସକେଏମ)କୁ ବହୁମତ ମିଳିସାରିଛି।  ସିକ୍କିମରେ ପ୍ରେମ ସିଂ ତମାଙ୍ଗ ନେତୃତ୍ୱାଧୀନ ଏସକେଏମ ଦଳକୁ ବହୁମତ ମିଳିସାରିଛି। ମୋଟ ୩୨ ଆସନ ମଧ୍ୟରୁ ମ୍ୟାଜିକ୍‌‌ ନମ୍ବର ୧୭ ଦରକାର ପଡ଼ୁଥିବାବେଳେ ଅପରାହ୍ନ ସାଢ଼େ ୧ଟା ସୁଦ୍ଧା ଏସକେଏମ ୨୩ଟି ଆସନରେ ବିଜୟଲାଭ କରିସାରିଥିବା ସୂଚନା ମିଳିଛି। ଏହା ବ୍ୟତୀୟ ଅନ୍ୟ ୮ଟି ଆସନରେ ଦଳ ଆଗୁଆ ରହିଛି। ଭୋଟ ଗଣତି ଶେଷ ହେବା ପରେ ଦୁଇ ଦଳର ବିଜୟୀ ଆସନ ସଂଖ୍ୟା ଆହୁରି ବଢ଼଼ିବା ସମ୍ଭାବନା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More