ପୁରୀ(ସଂଘର୍ଷ ମିଡିଆ) ; – ଶ୍ରୀ ମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲିଦିଅ। ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ତୁରନ୍ତ ହିସାବ ଦିଅ। ପୁରୀରେ ଚାଷୀଙ୍କ ଜମି ନେଇଥିବା ବେଦାନ୍ତ ତୁରନ୍ତ ଚାଷୀଙ୍କୁ ଜମି ଫେରସ୍ତ କର। ନ ହେଲେ ରାଜ୍ୟ ସରକାରଙ୍କ ବିରୋଧ ରେ ରାଜ ରାସ୍ତା ରେ କଂଗ୍ରେସ ଲଢେଇ କରିବ। ଏହି ଚେତାବନୀ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।ଆସନ୍ତା ଡ଼ିସେମ୍ବର 1 ତାରିଖରେ କଂଗ୍ରେସ କରିବ ତୁଳସୀ ଯାତ୍ରା। ଶ୍ରୀମନ୍ଦିର ଚାରି ଦ୍ୱାରା ଭକ୍ତଙ୍କ ପାଇଁ ଖୋଲିବା, ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି, ବେଦାନ୍ତ ନେଇଥିବା ଚାଷ ଜମି ଚାଷୀଙ୍କୁ ଫେରସ୍ତ, ପୁରୀ ସହର ବାସୀଙ୍କ ଥିବା ଜମିଜମା ସମସ୍ୟା ସମାଧାନ ଦାବୀ ନେଇ କଂଗ୍ରେସ ତୁଳସୀ ଯାତ୍ରା କରିବ। ଏହାକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଚି। ଏହି କାର୍ଯକ୍ରମ ସମ୍ପର୍କରେ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ତୁଳସୀ ଯାତ୍ରାର ଉଦ୍ଦେଶ୍ୟ ନେଇ ସୁଚନା ଦିଆଯାଇଚି।ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ଡାକରା ରେ ଏହି ତୁଳସୀ ଯାତ୍ରା ଆଗାମୀ ଡିସେମ୍ବର 1ରେ ପୁରୀରେ ଅନୁଷ୍ଠିତ ହେବ। ସାରା ରାଜ୍ୟ ରୁ କଂଗ୍ରେସ କର୍ମୀ ଓ ନେତା ଏହି ତୁଳସୀ ଯାତ୍ରାରେ ସାମିଲ ହେବେ। ଓଡ଼ିଶାର 314 ବ୍ଳକ୍, 120 ପୌରାଞ୍ଚଳ ରୁ ତୁଳସୀ ସଂଗ୍ରହ କରାଯିବ। ଏହାକୁ ଭୁବନେଶ୍ଵର ଅଣାଯାଇ ଡିସେମ୍ବର 1 ତାରିଖ ରେ ଏକ ବିରାଟ ଶୋଭାଯାତ୍ରା ପୁରୀ ଅଭିମୁଖେ ଆସିବ। ପୁରୀ ସରଧାବାଲିରେ କଂଗ୍ରେସ କର୍ମୀ, ନେତା ଏକାଠି ହୋଇ ଏକ ସଙ୍କୀର୍ତ୍ତନ ମଣ୍ଡଳୀ ଶ୍ରୀମନ୍ଦିର ଅଭିମୁଖେ ଯିବ। ଏଥିରେ 5 ହଜାର କଂଗ୍ରେସ କର୍ମୀ ସାମିଲ ହେବେ। ସଂଗୃହିତ ତୁଳସୀ କୁ ମହାପ୍ରଭୁ ଙ୍କ ଉଦ୍ଦେଶ୍ୟ ରେ ଅର୍ପଣ କରାଯିବ। ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ଖୋଲିବା, ଚାଷୀ ଙ୍କ ଜମି ଫେରାଇବା ରେ ମହାପ୍ରଭୁ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କଂଗ୍ରେସ କର୍ମୀ, ନେତା ପ୍ରାର୍ଥନା କରିବେ। ଅନ୍ୟାୟ, ଅନିତି ରୁ ସରକାର କ୍ଷାନ୍ତ ରହିବାକୁ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରିବେ କଂଗ୍ରେସ କର୍ମୀ। ତେବେ ପୁରୀ ଜିଲା କଂଗ୍ରେସ କମିଟି ର ସଭାପତି ଜୟ ନାରାୟଣ ପଟ୍ଟନାୟକ କହିଛନ୍ତି ଶ୍ରୀ ମନ୍ଦିର ର ଗୋଟିଏ ଦ୍ଵାର ଖୋଲାଯୋଗୁ ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦର୍ଶନ ନେଇ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା କଂଗ୍ରେସଗତ ଅକ୍ଟୋବର 16 ରେ ପୁରୀ ରେ ବିଶାଳ ପଦଯାତ୍ରା କରି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପରେ ସଂକୀର୍ତ୍ତନ ସତ୍ୟାଗ୍ରହ ଶ୍ରୀ ମନ୍ଦିର ସମ୍ମୁଖ ରେ କରାଯାଇ ସରକାର ଙ୍କୁ ସଚେତନ କରାଯାଇଥିଲା। ହେଲେ ସରକାର ଚେତିଲେ ନାହିଁ । ଏଣୁ ପୁଣି ସରକାରଙ୍କୁ ସଚେତନ କରାଇବା ପାଇଁ କଂଗ୍ରେସ ତୁଳସୀ ଯାତ୍ରା କରୁଚି। ତେବେ ଓଡ଼ିଶାବାସି ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ମନ୍ଦିରରେ ଅବ୍ୟବସ୍ଥା କୁ ନେଇ ତୀବ୍ର ଅସନ୍ତୋଷ ରେ ଅଛନ୍ତି। ଏଣୁ ସରକାରଙ୍କ ବିରୋଧରେ କଂଗ୍ରେସ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଭକ୍ତ ଓ ଭଗବାନଙ୍କ ମଝିରେ ପାଚେରୀ ହୋଇଥିବା ବିଜେଡି ସରକାର୍ ବିରୋଧରେ ତୁଳସୀ ଯାତ୍ରାରେ ଓଡ଼ିଶାବାସୀ ସାମିଲ ହେବାକୁ ପୁରୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଜୟ ନାରାୟଣ ପଟ୍ଟନାୟକ କହିଛନ୍ତି ।