ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ବାଲେଶ୍ଵରର ବିଜେଡ଼ି ଲୋକସଭା ପ୍ରାର୍ଥୀ ଲେଖାଶ୍ରି ସାମନ୍ତସିଂହାର

35

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବାଲେଶ୍ଵରର ବିଜେଡ଼ି ଲୋକସଭା ପ୍ରାର୍ଥୀ ଲେଖାଶ୍ରି ସାମନ୍ତସିଂହାର ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତେବେ ମହାପ୍ରଭୁ ଦର୍ଶନ ପରେ ପ୍ରତିକ୍ରିୟା ଦେଇ ଲେଖାଶ୍ରୀ କହିଛନ୍ତି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇ ସେ ବହୁତ୍ ଭାଗ୍ୟବାନ। ତେବେ ସାରା ବିଶ୍ଵରେ ଯେଉଁଠି ଓଡିଆ ଲୋକ ବାସ କରୁଛନ୍ତି ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି। ଓଡିଆ ଉନ୍ନତି ହେଉ, ବିକାସ ହେଉ, ଓଡ଼ିଶାବାସୀଙ୍କ ମଙ୍ଗଳ ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଙ୍ଗଳ କାମନା କରି ସେ ପ୍ରାର୍ଥନା କରିଥିବା ଲେଖାଶ୍ରୀ ମିଡ଼ିଆକୁ ପ୍ରତିକ୍ରିୟା ଦେଇ କହିଚନ୍ତି। ତେବେ ବାଲେଶ୍ଵର ରେ ଭେଟରାନ୍ ଲିଡର ବିଜେପିର ପ୍ରତାପ ଷଡ଼ଙ୍ଗୀଙ୍କ ସହ ତାଙ୍କର କିଭଳି ମୁକାବିଲା ହେବ ସେ ପ୍ରଶ୍ନର ଉତ୍ତର ଦେଇ ଲେଖାଶ୍ରୀ କହିଥିଲେ ସେ କିଛି ଜାଣି ନାହାନ୍ତି।ମହାପ୍ରଭୁ ଯେଉଁ ଆଡେ ବାଟ କଢେଇ ନେବେ ସେ ସେହି ଦିଗରେ ଯିବେ। ତେବେ ସେ ବିଜେପି କାହିଁକି ଛାଡ଼ିଲେ ସେ ନେଇ କୌଣସି ଉତ୍ତର ରଖି ନଥିଲେ। ଲେଖାଶ୍ରୀ ଶ୍ରୀ ମନ୍ଦିର ସିଂହ ଦ୍ଵାର ରେ ପହଂଚି ପ୍ରଥମେ ଅରୁଣ ସ୍ତମ୍ବ କୁ ପ୍ରଣାମ କରିଥିଲେ। ପରେ ସିଂହ ଦ୍ଵାର ସମୁଖ ରେ ମହାପ୍ରଭୁ ଙ୍କୁ ସାଷ୍ଟାଂଗ ପ୍ରଣାମ କରିଥିଲେ। ପରେ ଏକ ଦୀପ ଜାଳି ଥିଲେ ଲେଖାଶ୍ରୀ। ପରେ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରୀ ମନ୍ଦିର ଭିତର ବେଢା଼ରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ବୁଲି ପୂଜାର୍ଚ୍ଚନା କରିଥଲେ। ପରେ ମହାପ୍ରସାଦ ସେବନ କରି ଭୁବନେଶ୍ଵର ପ୍ରତ୍ୟାବର୍ତ୍ତନ କରିଥିଲେ। ଲେଖାଶ୍ରୀ ରାଜ୍ୟ ବିଜେପି ପ୍ରବକ୍ତା ଥିଲେ। ଜଣେ ଟାଣୁଆ ନେତ୍ରୀ ଥିଲେ। ହେଲେ ବିଜେପି ତାଙ୍କୁ ଚଳିତ ନିର୍ବାଚନ ରେ ଟିକେଟ ନ ଦେବାରୁ ଏଥିରେ କ୍ଷୋଭ ପ୍ରକାଶ କରି ବିଜେପି ରୁ ଇସ୍ତଫା ଦେଇଥିଲେ। ପରେ ବିଜେଡୀ ରେ ଜୋଗ ଦେଇଥିଲେ। ପରେ ବିଜେଡି ତାଙ୍କୁ ବାଲେଶ୍ଵରରୁ ଲୋକସଭା ଲଢ଼ିବା ପାଇଁ ବିଜେଡି ଟିକେଟ ଦେଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More