ରୋଚକ ହେଉଛି ଜଗତସିଂହପୁର ଜିଲ୍ଲା ରାଜନୀତି

21

Get real time updates directly on you device, subscribe now.

ଜଗତସିଂହପୁର (ସଂଘର୍ଷ ମିଡିଆ) : – ପୁଣିଥରେ ଜଗତସିଂହପୁରରେ ଶଙ୍ଖ ବାଜିବ । ଜଗତସିଂହପୁର ବିଶାଳ ରାଲିଲେ ବାହାରିଲେ ବିଯୁଜନତା ଦଳର ବିଧାୟକ ଜିଲ୍ଲା ସଭାପତି ଏବଂ ସାଂସଦ । ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଆଜି ଦେଖିବାକୁ ମିଳିଛି ବିଶାଳ ବାଇକ ରାଲି । ଏହି ରାଲିଲେ ମୁଖ୍ୟ ପୁରୋଧାଥିଲେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏବଂ ପୂର୍ବତନ କଂଗ୍ରେସ ବିଧାୟକ ଏବଂ ବର୍ତମାନର ବିଯୁଜନତା ଦକର ଜିଲ୍ଲା ସଭାପତି ଏବଂ ସାଂସଦ ରାଜଶ୍ରୀ ମଳିକଙ୍କ ଅଧକ୍ଷତାରେ ଏକ ବିଶାଳ ବାଇକ ରାଲି ନୂଆପୋଲ ଠାରୁ ବାହାରି ଚାର୍ଚ୍ଚିକା ବଜାର ନିକଟରେ ପହଂଚିଥିଲା। ଏଥିରେ ହଜାର ହଜାର ସଂଖ୍ୟାର କଂଗ୍ରେସ କର୍ମୀ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଙ୍କ ତତ୍ଵାବଧାନ ରେ କଂଗ୍ରେସ ଦଳ ଛାଡି ବିଜେଡି ଦଳର ପତାକା ଧରି ରାଲିରେ ଯୋଗ ଦେଇଥିଲେ।ନୂଆପୋଲ ଠାରୁ ରାଲି ବାହାରି ଚର୍ଚ୍ଚିକା ନିକଟରେ ଏକ ସଂକଳ୍ପ ସମାବେଶ ବିଯୁଜନତା ଦଳ ପକ୍ଷରୁ ଆରମ୍ଭ ହୋଇଥିଲା। ଏଥିରେ ଯୋଗଦେଇ ଥିଲେ। ଜଗତସିଂହପୁର ବ୍ଲକ ଅଧକ୍ଷା, କଂଗ୍ରେସ ର ଜିଲ୍ଲା ସଭାପତି ନୂତନ ଭାବରେ ମିଶିଥିବା ପ୍ରଶାନ୍ତ କୁମାର ମାଲିକ, ସମସ୍ତ ଜିଲ୍ଲା ପରିଷଦ, ଅଭ୍ୟ ସରପଞ୍ଚ ପ୍ରମୁଖ ଯୋଗଦେଇଥିଲେ। ଆଜିର ଏ ସଭାରେ ଯାହା ଜଣା ପଡୁଛି ପ୍ରଶାନ୍ତ କୁମାର ମୁଦୁଲି ବିଧାୟକ ହେବା ନିଶ୍ଚିତ ବୋଲି ଆଜିର ରାଲି ଦୃଶ୍ୟ ସୂଚନା ଦେଉଛି। ଆଜି ଦମ ଦେଖାଇଲେ ରାଜଶ୍ରୀ, ପ୍ରଶାନ୍ତ, ଚିରଞ୍ଜୀବ ଜଗତସିଂହପୁର ରେ କଲେ ବିଶାଳ ରୋଡ଼ ଶୋ। ନୂତନ ଭାବରେ ମିଶିଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କହିଲେ ପୁଣିଥରେ ଜଗତସିଂହପୁର ରେ ଶଙ୍ଖ ବାଜିବ। ପ୍ରଶାନ୍ତ କୁମାର ମୁଦୁଲି ଙ୍କୁ 50 ହଜାର ଭୋଟ ବ୍ୟବଧାନ ରେ ଜିତାଇ ଆମେ ଦେଖାଇଦେବୁ। ଆମ ମୁଖ୍ୟମନ୍ତ୍ରୀ ଷଷ୍ଟଥର ପାଇଁ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ଏହାକୁ କେହି ଅଟକାଇ ପାରିବେନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More