ରାହୁଲ ଗାନ୍ଧୀଙ୍କ ରାଜ୍ୟସରକାର ଓ 5T ଅଧକ୍ଷ ପାଣ୍ଡିଆନଙ୍କୁ ସିଧା ଟାର୍ଗେଟ

23

Get real time updates directly on you device, subscribe now.

ସାଲେପୁର (ସଂଘର୍ଷ ମିଡିଆ) : – ଆଜି ଅପରାହ୍ନ ସମୟରେ ରାହୁଲ ଗାନ୍ଧୀ ଓଡିଶା ଗସ୍ତ କରିଛନ୍ତି, ଓଡିଶା ଆସି ରାହୁଲଗାନ୍ଧୀ ସାଲେପୁର ଠାରେ ଏକ ସଭାରେ ହଜାର ହଜାର ଜନତାଙ୍କୁ ସମ୍ବୋଧନ କରିଛନ୍ତି |ଉକ୍ତ ସଭାରେ ରାଜ୍ୟ କଂଗ୍ରେସର ଅନେକ ଛାମୁଆ ନେତା ଓ ହଜାର ହଜାର କଂଗ୍ରେସ କର୍ମୀ ଯୋଗଦାନ ଦେଇଛନ୍ତି । ଭାଷଣ ଆରମ୍ଭରୁ ରାହୁଲ ରାଜ୍ୟସରକାର ଓ 5T ଅଧକ୍ଷ୍ୟ ପାଣ୍ଡିଆନଙ୍କୁ ସିଧା ଟାର୍ଗେଟ କରିଛନ୍ତି ଓଡିଶା ର ଶାସନକୁ ଏକ ଅଣଓଡ଼ିଆ ଲୋକ କବଜା କରିଛନ୍ତି ବୋଲି କହିଥିଲେ | ଏହାଶହ ମୋଦୀ ଓ ନବୀନ ମିଶି ଓଡିଶା ଜନତାଙ୍କୁ ବୋକା ବନାଉଛନ୍ତି ବୋଲି କହିଥିଲେ | ରାଜ୍ୟ ବିଜେପି ମିଛ ବହସ୍ପଟ ମାରୁଛି କହିବା ସହ କେନ୍ଦ୍ର ସରକାର ଦରଦାମ ବଢ଼େଇ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି ବୋଲି କହି ବିଜେପି ଉପରେ ବର୍ଷୀଥିଲେ| ମୋଦୀ ଓ ସାହା ଦେଶର ସାଧାରଣ ଜନତାଙ୍କଠୁ ଲୁଣ୍ଠନକରି ନିଜ ସାଙ୍ଗ ବଡ ବଡ ଶିଳ୍ପପତି ଅମ୍ବାନୀ,ଅଦାନୀ,ଟାଟା ,ବିର୍ଲାଙ୍କ ସମ୍ପତି ବଢେଇବାରେ ବ୍ୟସ୍ତ ଅଛନ୍ତି ବୋଲି କହିଛନ୍ତି | ପେଟ୍ରୋଲ ଡିଜେଲ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ଦେଶର ଲୋକ ମାନଙ୍କୁ କଲବଲ କରି ସାରିଲାଣି ତେଣୁ ଏଥର ଜନସାଧାରଣ କଂଗ୍ରେସକୁ ଭୋଟ ଦେଇ ସରକାରକୁ ଆଣିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି | ଓଡିଶାରେ କଂଗ୍ରେସ ସରକାରକୁ ଆସିଲେ ପ୍ରତି ପରିବାରର ଜଣେ ନାରୀଙ୍କ ବ୍ୟାଙ୍କ ଖାତାକୁ ବାର୍ଷିକ ଏକ ଲକ୍ଷ ଟଙ୍କା ଏବଂ ପ୍ରତି ମାସରେ ସବୁ ମହିଳା ମାନଙ୍କୁ 2000 ଟଙ୍କା ଟକା ଟକ ଯିବ ବୋଲି କହିଛନ୍ତି । ଶ୍ରମିକ ମାନଙ୍କ ପାଇଁ ମନରେଗାରେ ମଜୁରୀକୁ ବଢ଼େଇ 400 ଟଙ୍କା କରିବେ ଓ ଯୁବ ବର୍ଗଙ୍କୁ ରୋଜଗାର ଦେବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । କୃଷକ ମାନଙ୍କ ପାଇଁ କୃଷି ଋଣ ଛାଡ଼ କରିବ ସହ MSPକୁ ବଢ଼େଇ 3000 ଟଙ୍କା କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More