ରାସ୍ତା ଓ ପୋଲ ନିର୍ମାଣ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

13

Get real time updates directly on you device, subscribe now.

ନବରଙ୍ଗପୁର–()ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ମୂଷା ମୁଣ୍ଡି ଗୁଡା ଛକ ଠାରୁ କଣ୍ଟାଗାଁ ଭାୟା ଅଞ୍ଚଳ ଗୁମା ରାସ୍ତା ଓ ପୋଲର ନିର୍ମାଣ କାର୍ଯ୍ୟ ଆଠ/ନଅ ମାସ ହେବ ଆରମ୍ଭ କରି ପୋଲ ଭାଙ୍ଗି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ କରିବାରୁ ଚଳିତ ବର୍ଷା ରିତୁରେ ଅଞ୍ଚଳଗୁମା ଶିଶୁ ମନ୍ଦିର, ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟକୁ ହଜାର ହଜାର ଛାତ୍ର ଛାତ୍ରୀ ମାନେ ବିଦ୍ୟା ଅଧ୍ୟୟନ କରିବା ପାଇଁ ଯିବାକୁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏ ଅଂଚଳବାସୀ l ଏଥିସହ ଦୈନଦିନ କାର୍ଯ୍ୟ ପାଇଁ ଆଠଟି ଗ୍ରାମ ପଞ୍ଚାୟତ ବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ବାଇ ପାସ୍ ଦେଇଥିବା ରାସ୍ତା ରେ ବର୍ଷା ପାଣି ଭର୍ତ୍ତି ହେବା ଯୋଗୁଁ ଦୁଇ ତିନି କିମି ରାସ୍ତା ବଦଳରେ ଚଉଦ କିମି ଅଧିକ ରାସ୍ତା ବୁଲିବାକୁ ପଡୁଛି ଓ ଅଧିକ ସମୟ ନଷ୍ଟ ହେଉଛି l ପ୍ରକାଶ ଥାଉକି ତା ୧୪/୦୮/୨୦୨୩ ରିଖ ତେନ୍ତୁଳିଖୁଣ୍ଟି ବ୍ଳକରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିବାରୁ ଜିଲ୍ଲାପାଳ ତିନି ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସାତ ଦିନ ବିତିଯାଇଥିଲେ ହେଁ କାର୍ଯ୍ୟ ଆରମ୍ଭ ହୋଇ ପାରିଲା ନାହିଁ l ଭାରତୀୟ ଜନତା ପାର୍ଟି ଓ ସ୍ଥାନୀୟ ଅଂଚଳବାସୀ ପ୍ରସାଶନକୁ ଅନୁରୋଧ କରୁକି ବାଇ ପାସ ରାସ୍ତାରେ ଗାଡି ଯିବା ଆସିବା ପାଇଁ ଯଦି ତୁରନ୍ତ ବ୍ୟବସ୍ଥା କରା ନ ଯାଏ, ତେବେ ଆସନ୍ତା ତା ୦୧/୦୯/୨୦୨୩ ରିଖ ରାସ୍ତା ଅବରୋଧ କରିବା ପାଇଁ ବାଧ୍ଯ ହେବୁ ବୋଲି ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଛନ୍ତି l ଦେବା ସମୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ଙ୍କ ନେତୃତ୍ଵରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚରଣ ନାୟକଙ୍କୁ ରାସ୍ତା ଓ ଅଞ୍ଚଳ ଗୁମା ପୋଲ କୁ ନେଇ ଏକ ଅଭିଯୋଗ ପତ୍ର ଦିଆଯାଇଥିଲା lଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମିଡିଆ ସଂଯୋଜକ ଦେବଦାସ ମହାଙ୍କୁଡ, ପର୍ଶୁରାମ୍ ବିଶୋଇ, ଭିକି ଜେନା, ରାଜୀବ ଗୌଡ ସନାତନ ବିଶୋଇ, ନରସିଂହ ଚୌଧୁରୀ, ବିଶ୍ୱରଞ୍ଜନ ସାହୁ ପ୍ରମୂଖ ଅନ୍ୟ ମାନଙ୍କ ସହଯୋଗରେ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More