ରାଜୀବଗାନ୍ଧୀଙ୍କ ୩୦ତମ ଶ୍ରାଦ୍ଧ ଦିବସ ଅବସରରେ ଭଦ୍ରକ କଂଗ୍ରେସ ପକ୍ଷରୁ ଖାଦ୍ୟ ବଣ୍ଟନ

29

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ। ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତଃ ରାଜୀବ ଗାନ୍ଧୀଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକ। ଏହି ଉପଲକ୍ଷେ ଭଦ୍ରକର ଵିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଇଛି। ଆଜି ଏହି ପରିପ୍ରେକ୍ଷୀରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀ ଓ ସେମାନଙ୍କର ଆଟେନଡାଣ୍ଟ ମାନଙ୍କୁ ରନ୍ଧା ଖାଦ୍ୟ ପ୍ୟାକିଂ କରି ବଣ୍ଟା ଯାଉଛି। ଏହା ସହ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ଲୋକଙ୍କୁ ସାନିଟାଜର ଓ ମାସ୍କ ମଧ୍ୟ ବଣ୍ଟନ କରାଯାଇଛି। ଵର୍ତମାନ ଲକଡାଉନ ଓ ସଟଡାଉନ ଚାଲିଥିବାରୁ ସବୁଆଡେ ହୋଟେଲ ବନ୍ଦ ଥିବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ଖାଦ୍ୟ ଖାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ଏହାକୁ ଲକ୍ଷ୍ୟ କରି ଜିଲ୍ଲା ସଭାପତି ସୁବ୍ରତ ଦାସ ଓ ବିଧାନସଭା ନେତା ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ସହରର ମେଡ଼ିକାଲ, ରେଲୱେ ଷ୍ଟେସନ ଆଦି ସ୍ଥାନରେ ରକ୍ଷାଖାଦ୍ୟ ବଣ୍ଟନ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More