ରାଜନୈତିକ ଅନିଶ୍ଚିତତା ଭିତରେ ରହିଗଲେ ବାବୁ ହଳଧର ସେଠୀ

75

Get real time updates directly on you device, subscribe now.

କେନ୍ଦ୍ରାପଡା (ସଂଘର୍ଷ ମିଡିଆ) : – ରାଜନୈତିକ ଅନିଶ୍ଚିତତା ଭିତରେ ରହିଗଲେ ବାବୁ ହଳଧର ସେଠୀ । କେନ୍ଦ୍ରାପଡା ରାଜନୀତିରେ ଘଡିକେ ଘୋଡାଛୁଟୁଛି । ସମୟ ଥିଲା ବରିଷ୍ଠ ଆଇନଜୀବୀ ହଳଧର ସେଠୀ କେନ୍ଦ୍ରାପଡା କଂଗ୍ରେସ ତରଫରୁ ଦାବିଦାର ଥିଲେ । ବାବୁ ଗଣେଶ୍ଵର ବେହେରା କଂଗ୍ରେସରୁ ଇସ୍ତଫା ଦେଇ ବିଜେଡ଼ିରେ ଯୋଗଦାନ ପରେ ବାବୁ ହଳଧର ସେଠୀ କଂଗ୍ରେସ ଟିକେଟ ପାଇଁ ମୁଖ୍ୟ ଦାବିଦାର ଥିଲେ । ବର୍ତ୍ତମାନ ପୂର୍ବତ୍ତନ ବିଧାୟକ କିଶୋର ତରେଇ ବିଜେପି ଟିକେଟ ଲବିରେ ଫେଲ ହେବା ପରେ ବର୍ତ୍ତମାନ କଂଗ୍ରେସର ଶରଣାପନ୍ନ । କଂଗ୍ରେସ ତରଫରୁ ବାବୁ ହଳଧରଙ୍କୁ କାଟି ବାବୁ କିଶୋର ଏକ ନମ୍ବର ଦାବିଦାର ଅଛନ୍ତି । ବାବୁ କିଶୋର ତରେଇ ୨୦୨୪ ନିର୍ବାଚନରେ ଗଡ ରକ୍ଷା କରିବାକୁ କେତେଦୂର ସମର୍ଥ ହେବେ ସମୟ ନିଶ୍ଚୟ ଉତ୍ତର ଦେବ । ବ୍ଯୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More