ରାଉରକେଲା ( ସଂଘର୍ଷ ମିଡିଆ ) : ରାଉରକେଲାର ସେକ୍ଟର ୩ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ୨୦୧୫ ମସିହା ଏପ୍ରିଲ୍ ୧ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତରେ ଆସି ରାଉରକେଲା ବାସିଙ୍କ ଦୀର୍ଘଦିନର ଦାବି ଓ ଆକାଂକ୍ଷାକୁ ପୂରଣ କରିବାକୁ ଯାଇ ୨ଟି ବଡ଼ ପ୍ରକଳ୍ପ ନିର୍ମାଣ ପାଇଁ ଘୋଷଣା କରିଥିଲେ। ତନ୍ମଧ୍ୟରୁ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ରାସ୍ତା କାର୍ଯ ଦୃତ ଗତିରେ ଚାଲିଥିବା ବେଳେ ଆଇଜିଏଚ ପରିସର ରେ ସୁପର ସ୍ପେସିଆଲିଟି ହସ୍ପିଟାଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଉରକେଲା ବାସୀ ଙ୍କ ତରଫରୁ ବିଜେପି କୃତଜ୍ଞତା ଜଣାଉଛି।ଚଳିତ ମାସ ୨୧ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ଏହି ହସ୍ପିଟାଲକୁ ଉଦ୍ଘାଟନ କରି ଲୋକାର୍ପଣ କରିବାକୁ ଆସୁଥିବାରୁ ରାଉରକେଲା ବାସୀ ଙ୍କ ତରଫରୁ ତାଙ୍କୁ ସ୍ବାଗତ ଜଣାଯାଇଛି। ଏହି ହସ୍ପିଟାଲ ରେ କର୍ଡିଓଲୋଜି, ନ୍ୟୁରୋଲୋଜି ଓ ନେଫ୍ରେଲୋଜି ୩ ଟି ବିଭାଗ ର ଚିକିତ୍ସା ରହିବ । ସୁନ୍ଦରଗଡ ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଓ ପେଟ୍ରୋଲୟମ୍ ,ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଶ୍ରଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଶେଷ ଧନ୍ୟବାଦ ଦିଆଯାଇଛି। କିନ୍ତୁ ପରିତାପର ବିଷୟ ରାଜ୍ୟର ବିଜୁ ଜନତା ଦଳର ସରକାର ଏବଂ ବିଜେଡ଼ି ର ସ୍ଥାନୀୟ ବିଧାୟକ, କଂଗ୍ରେସ, କମ୍ୟୁନିଷ୍ଟ ପାର୍ଟି ହସ୍ପିଟାଲ ସେବା ନେଇ ଯେଉଁ ଅପ୍ରଚାର କରୁଛନ୍ତି ତାହା କେବେ ରାଉରକେଲା ବାସୀ ଗ୍ରହଣ କରିବେ ନାହିଁ। ଗତ ୨୦୦୪ ରୁ ୨୦୧୪ ମଧ୍ୟରେ କଂଗ୍ରେସ ର ମନମୋହନ ସିଂହ ସରକାର ରାଉରକେଲା ପାଇଁ କଣ କରିଛନ୍ତି ବୋଲି ବିଜେପି ତରଫରୁ ପ୍ରଶ୍ନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମୁଖପାତ୍ର ଶ୍ରୀ ଧିରେନ୍ ସେନାପତି, ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକ,ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ନିହାର ରାୟ, ଜଗବନ୍ଧୁ ବେହେରା, ଜିଲ୍ଲା ଉପସଭାନେତ୍ରୀ ପ୍ରମିଳା ସୁନା ଓ ଜିଲ୍ଲା ମୁଖପାତ୍ର ଶ୍ରୀଯୁକ୍ତ ଗଙ୍ଗାଧର ଦାଶ ଉପସ୍ଥିତ ଥିଲେ।