ଯୁବ ବିଜେଡି ତରଫରୁ ଜଳଛତ୍ର ସ୍ଥାପନ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ଖରା ବଢ଼ି ଚାଲିଥିବା ବେଳେ ପୁରୀରେ ଗ୍ରୀଷ୍ମପ୍ରବାହ ବେଶ ଅଧିକ ରହିଛି । ଏନେଇ ଜିଲ୍ଲା ଯୁବ ବିଜେଡି ତରଫରୁ ଜଳଛତ୍ର ଉଦଘାଟନ କରିଥିଲେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୂର୍ବତନ କାଉନସିଲର ନାରାୟଣ ପଟ୍ଟନାୟକ, ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ, ନଗର ବିଜେଡ଼ି ମହିଳା ସଭାନେତ୍ରୀ ବିନୋଦିନ ଦାସ । ଜିଲ୍ଲା ଯୁବ ବିଜେଡି ତରଫରୁ ମେଡିକାଲ ଛକରେ ଆରମ୍ଭ ହୋଇଛି ଏହି ଜଳଛତ୍ର । ଦୈନିକ ଏହି ମେଡିକାଲ ଛକ ଦେଇ ହଜାର ହଜାର ଯାତ୍ରୀ ଯାତାୟତ କରନ୍ତି । ଖରା ଦିନେ ଯାତ୍ରୀଙ୍କ ତୃଷ୍ନା ମିଟାଇବା ପାଇଁ ଜିଲା ବିଜେଡ଼ି ସମ୍ପାଦକ (ଯୁବ ବ୍ୟାପାର) ସରୋଜ କୁମାର ନାୟକ ନେତୃତ୍ୱରେ ଏହି ଜଳଛତ୍ର ଆରମ୍ଭ ହୋଇଛି । ଏହି କାର୍ଯ୍ୟକମରେ ନଗର ବିଜେଡ଼ି ସଭାପତି ସୁଧାଂଶୁ ଶେଖର ମହାନ୍ତି, ଯୁବ ବିଜେଡ଼ି ସଦର ସଭାପତି ବିଜୟ ମାଝୀ, ଯୁବ ନେତା ପପୁ ସାହୁ, ରମେଶ ବେହେରା, ମୁକେଶ ସୁନ୍ଦରା, ଲୋକନାଥ ଦାସ, ପଦୁ ଚରଣ ପଧାନ, ଟିଙ୍କୁ ମହାନ୍ତି ଓ ଦୀପକ ଜାଳି ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More