ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିଧାୟକ ଶ୍ରୀଯୁକ୍ତ ଦାସରଥି ଗୋମାଙ୍ଗଙ୍କ ନାମାଙ୍କନ ପତ୍ର ଦାଖଲ

26

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳିୟ ପ୍ରାର୍ଥି ମୋହନା ବିଧାୟକ ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ତାଙ୍କର ନିର୍ବାଚନ ମଣ୍ଡଳୀର ହଜାର ହଜାର ସମର୍ଥକ,ନେତା ଓ କର୍ମୀ ମାନେ ଉପସ୍ଥିତ ସହ ବ୍ରହ୍ମପୁର ସାଂସଦ କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ଶ୍ରୀ ରଶ୍ମୀ ରଜ୍ଞନ ପଟ୍ଟନାୟକଙ୍କ ସହିତ ବିପୁଳ ମାତ୍ରାରେ ଜନସମର୍ଥନ ମିଳିଥିଲା। ଏହି ନେତା କର୍ମୀମାନେ ମୋହନା ବ୍ଲକ,ନୁଆଗଡ ବ୍ଲକ, ରାୟଗଡ଼ା ବ୍ଲକ,ଆର ଉଦୟଗିରି ବ୍ଲକର ଏହି ସମସ୍ତ ବ୍ଲକ୍ ସମର୍ଥକ ମାନେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ନିକଟରୁ ଏକ ବିରାଟ ଶୋଭା ଯାତ୍ରା ବାହାରି ବିପୁଳ ପରିମାଣର ନେତା କର୍ମୀମାନଙ୍କ ଗହଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଥିଲେ। ଏବଂ ସେଠାରେ କିଛି ହାତ ଗଣତି ନିର୍ଦ୍ଦିଷ୍ଟ ନେତା କର୍ମୀମାନେ ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷ.୨ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର ଦାସଙ୍କ ଉପସ୍ଥିତିରେ ସେ ତାଙ୍କର ହେବାକୁ ଥିବା ସାଧାରଣ ନିର୍ବାଚନରେ ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ହିସାବରେ ପ୍ରାର୍ଥୀ ପତ୍ର ଓ ଦଳୀୟ ଟିକେଟ ପ୍ରଦାନ କରିଥିଲେ। ଏହି ପ୍ରାର୍ଥୀ ପତ୍ର ପ୍ରଦାନ ସମୟରେ ବଳିଷ୍ଠ କଂଗ୍ରେସ ନେତା, ଆଇନଜୀବୀ ବିଭୁତି ଭୁଷଣ ପାତ୍ର,ଜାକବ ରାଇକା, ଇଶ୍ଵର ମାଝୀ, ରଶ୍ମି ରଜ୍ଞନ ପଟ୍ଟନାୟକ, ନଗର କଂଗ୍ରେସ୍ ସଭାପତି ବସନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More