ଜଗତସିଂହପୁର(ସଂଘର୍ଷ ମିଡିଆ) : – ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲଦ ଛକ ବିଜେପି ଅଫିସ ସମୁଖରେ ଯୁବ ବିଜେପି ନେତା ସତ୍ୟ ସାରଥୀ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ,ବିଜେଡି ଛାଡି ବିଜେପିରେ ଯୋଗଦାନ କରିଛନ୍ତି । ଏ ଜନସମୁଦ୍ର ଦେଖି ଯାହା ଜଣାପଡୁଛି ବାଲିକୁଦା ଏରସମାରେ ବିଜେପି ଶାସନ ଗାଦିରେ ବସିବ। ଏହି ଆୟୋଜିତ ଜନ ସମାବେଶ ବିକଶିତ ଭାରତର ସଂକଳ୍ପ ଓ ମିଶ୍ରଣ ପର୍ବ ଅନୁଷ୍ଠିତ। ଏହି ସମାବେଶରେ ଯୋଗଦେଲେ ଜଗତସିଂହପୁର ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଓ ଏହି ଅବସରରେ ବରିଷ୍ଠ କାର୍ଯ୍ୟକର୍ତା କଟକ ଜିଲ୍ଲାର ବିଜେପି ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା, ଚିଲିକାର ପ୍ରଶାନ୍ତ ଜଗଦେବ,ପ୍ରମୁଖ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣ କାରି ଯୋଜନା ଏବଂ ଦୃଢ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଂଚାୟତରୁ ଦୁଇସହରୁ ଉର୍ଦ୍ଧ କଂଗ୍ରେସ ବିଜେଡି ଛାଡି ବିଜେପି ପରିବାରରେ ଯୋଗଦେଲେ। ବିଭୁ ପ୍ରସାଦ ତରାଇ, ପାରାଦ୍ୱୀପ ଯୁବନେତା ସମ୍ପଦ ସ୍ୱାଇଁ, ରାଜକିଶୋର ବେହେରା, ସ୍ମିତା ପ୍ରଧାନ, ପବିତ୍ର ଦାଶ, ଓମ ପ୍ରକାଶ ରାୟ, ଜନାର୍ଦନ ମହାନ୍ତି, କ୍ଷେତ୍ର ମୋହନ ସାହୁ ନୃସିଂହ ସାହୁ, ରାଜଶ୍ରୀ ପଟନାୟକ, ମୋହିତ ମହାନ୍ତି, ନି୍ଲିପ୍ତ କୁମାର ଜେନା, ତପନ କୁମାର ବେହେରା, ତୁଜୁନା ରାଉତ, ଦିଲ୍ଲୀପ କୁମାର ରାଉଳ ସାରଦା ସପ୍ତଥୀ, ସୀମୟୀ ଭୋଳ ସଞ୍ଜୟ ପରିଡା, ଏହି ମିଶ୍ରଣ ପର୍ବରେ ପନ୍ଦର ହଜାର ବିଶିଷ୍ଟ ଜନ ସମାବେଶ ଦେଖିବାକୁ ମିଳିଥିଲା। ଏହି ମିଶ୍ରଣ ପର୍ବଦ୍ଵାରା ନିଶ୍ଚିତ ଭାବେ ଆମ ଦଳ ତୃଣମୂଳ ସ୍ତରରେ ମଜାଭୂତ ହେବା ସହିତ ଶକ୍ତିଶାଳୀ ମଧ୍ୟ ହେବ ବୋଲି ବିଧାୟକ ମାନେ କହିଥିଲେ। ଏଥର ବାଲିକୁଦା ବିଜେପି ଶାସନ ଗାଦିରେ ବସିବ ବୋଲି କହିଥିଲେ। ଜଗତସିଂହପୁରରୁ ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ ।