ମାଲକାନଗିରି ଜିଲ୍ଲା ମାଲ୍ୟବାନ୍ତ ଆର୍ଟିଷ୍ଟ ଆସୋସିଏନ ଦ୍ୱାରା ଶୋକସଭା

69

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : – ମାଲ୍ୟବନ୍ତ ଆର୍ଟିଷ୍ଟ ଆସୋସିଏସନର ମାଥିଲି ବ୍ଲକ କମିଟିର ଉପ ସଭାପତି ଦେବାଶିଷ ମାଟlମ ଭାଇଙ୍କ ଗତ 23.03.2024 ରିଖ ଦିନ ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲେ l ଏହି ଦୁଖଃଦ ଘଟଣାକୁ କେନ୍ଦ୍ରିତ କରି ମାଲ୍ୟବନ୍ତ ଆର୍ଟିଷ୍ଟ ଆସୋସିସନ ତରଫରୁ ମାଥିଲି ଗ୍ରାମ ସ୍ଥିତ ହନୁମାନ ମନ୍ଦିର ଠାରେ ଏକ ଶୋକସଭା ଆୟୋଜନ କରାଯାଇଥିଲା l ଏହି ଶୋକସଭା ରେ ରାଜ୍ୟ ରଙ୍ଗ ତୂଳୀ କଳାକାର ସଙ୍ଘର ସମ୍ପାଦକ ଶ୍ରୀ ରଞ୍ଜନ ମିଶ୍ର, ଦେବାଶିଷ ମାଟମଙ୍କ ପିତା ରାଜେଶ ମାଟlମ ଓ ମାମୁ ତୁଳିସୀ ରାମ ଦଳେଇ, ବଡ଼ ଭାଇ ଆଶୀଷ ମାଟlମ, ଉପଦେଷ୍ଟା କେ. ଦେଶୀ ରାଜୁ ଅଚାରୀ, ସଭାପତି ସମୀର ବୈରାଗୀ, ସମ୍ପାଦକ, ସୁକୁମାର ମଣ୍ଡଳ, କୋଷlଦକ୍ଷ ବନମାଳୀ ପାତ୍ର ଓ ସମସ୍ତ ବ୍ଲକ ସଭାପତି ଓ ସଦସ୍ୟ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l ତତ ସହିତ ମାଲ୍ୟବନ୍ତ, ଆର୍ଟିଷ୍ଟ ଆସୋସିସନ ଜିଲ୍ଲା କମିଟି ମାସିକ ବୈଠକର ଆଲୋଚନା କରାଯାଇଥିଲା, ରାଜ୍ୟ ସଂମ୍ପାଦକ ଶ୍ରୀ ରଞ୍ଜନ ମିଶ୍ର କଳାକାର ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ଓ ରାଜ୍ୟ ସମ୍ମିଳନୀ କୁ ସଫଳ କରିବା ପାଇଁ ଆୱାନ ଦେଇ ଥିଲେ l ସୁକୁମାର ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More