ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୨ ଘଣ୍ଟିଆ ମୟୁରଭଂଜ ବନ୍ଦ ଡାକରା ସଫଳ

12

Get real time updates directly on you device, subscribe now.

ମଯରଭଞ୍ଜ(ସଂଘର୍ଷ ମିଡିଆ) : – ସୂଚନାଯୋଗ୍ୟ,ଗତ ୬ ତାରିଖ ଦିନ ମହାରାଜା ଶ୍ରୀ ରାମଚନ୍ଦ୍ର ବିଶ୍ବ ବିଦ୍ୟାଳୟ ର ଦ୍ବାଦଶତମ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେବା ସମୟରେ ଦୀର୍ଘ ୯ ମିନିଟ୍ ଧରି ସଭାଗୃହ ଅନ୍ଧାର ହୋଇଯାଇଥିଲା | ଏହିଭଳି ଅବହେଳାକୁ ବିଜେପି ବରଦାସ୍ତ କରିବ ନାହିଁ ବୋଲି ଜୋର ଦେଇ କହିଥିଲେ |ଏହା ଅତି ସମ୍ବେଦନ ମୂଳକ ହେଲେ ହେଁ ରାଜ୍ୟ ସରକାର ଏହାକୁ ହାଲୁକା ଭାବରେ ନେଇଛନ୍ତି ,ତେଣୁ ବିଜେପି ଦଳ ଅଭିଯୋଗ କରିଛି | ଏହି ଘଟଣାର ୧୫ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଘୋର ପରିତାପର ବିଷୟ | ଏହି ପରିପ୍ରେକ୍ଷୀରେ କୁଳପତି,ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ପକ୍ଷରୁ ଦୃଢୋକ୍ତି ଦେଇଛନ୍ତି | ଏହା ପୂର୍ବରୁ ବିଜେପି ପକ୍ଷରୁ ୧ ଘଣ୍ଟା ମୌନ ବ୍ରତ ଅବଲମ୍ବନ କରାଯାଇ ପ୍ରତିବାଦ କରାଯାଇଥିଲା | ଆଜି ରାଇରଙ୍ଗପୁର ଉପଖଣ୍ଡ ବିଜେପି ପକ୍ଷରୁ ସକାଳ ୬ ଘଣ୍ଟିକା ରୁ ସଂନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା | କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ,ଔଷଧ ଦୋକାନ ଖୋଲା ରହିଥିବା ବେଳେ ଦୋକାନ ବଜାର ଓ ଗାଡିମଟର ବନ୍ଦ ରହିଥିଲା | ଏଥି ସହିତ ସରକାରୀ,ବେସରକାରୀ ଅଫିସ,ବ୍ୟାଙ୍କ,ପୋଷ୍ଟ ଅଫିସ,ଶିକ୍ଷାନୁଷ୍ଠାନ ତଥା କଚେରୀ ବନ୍ଦ ରହିଥିଲା | ସେହିପରି କ୍ଷୀର ଗାଡି ଓ ଆମ୍ବୁଲେନ୍ସ ଚଳାଚଳ କରୁଥିଲା ।ରାସ୍ତାରେ ଯାନବାହନ ଚଳାଚଳ ପ୍ରାୟ ବନ୍ଦପରିଲକ୍ଷିତ ହୋଇଥିଲା | ଉକ୍ତ ବନ୍ଦରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ,ବରିଷ୍ଟ ନେତା ନବୀନ ରାମ,ଇସାନ ମିଶ୍ର,ନାରୀ ନେତ୍ରୀ ମିଥିଲା ଟୁଡୁ,ମଞ୍ଜୁ ଗିରି,ଲଳିତା ବିନ୍ଧାଣୀ,ମିନତି ବସା,ବରିଷ୍ଟ ନେତା ମନୋରଞ୍ଜନ ମହାନ୍ତି,ଆବୁଦ ଅଲ୍ଲୀ,ବିକାଶ ମହାନ୍ତ,ସଂଜୟ ନାଏକ,ଗଜେନ୍ଦ୍ର ବେଉରା ,ଲାଲା ବାରିକ ତଥା ବହୁ ବିଜେପିର ତୁଙ୍ଗ ନେତାମାନେ ଏଥିରେ ସାମିଲ ହୋଇ ଉକ୍ତ ବନ୍ଦକୁ ସଫଳ କରାଇ ଥିଲେ | ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More