ଭଦ୍ରକ ( ସଂଘର୍ଷ ମିଡିଆ ) : – ଭଦ୍ରକ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ନିଶାମୁକ୍ତ ଜିଲ୍ଲା ଗଠନ ପାଇଁ କମ୍ପନ ପଦଯାତ୍ରା । ଭଦ୍ରକ ଜିଲ୍ଲାରେ ଏହି କମ୍ପନ ପଦଯାତ୍ରା କରିଛି କଂଗ୍ରେସ । ଭଦ୍ରକ ଜିଲ୍ଲା ରେ ସରକାରୀ ଦଳର ଛତ୍ର ଛାୟା ତଳେ ରହି ଦେଶି ମଦ , ବ୍ର।ଉନ ସୁଗାର ବେଧଡକ ଭାବେ କାରବାର କରି ଛାତ୍ର ସମାଜକୁ ପଥ ଭ୍ରଷ୍ଟ କରୁଥିବା ବେପାରୀ ଓ ସମ୍ପୃକ୍ତ ଅପରାଧୀ ଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଛାତ୍ର କଂଗ୍ରେସ ଏହି ପଦ ଯାତ୍ରାର ଆୟୋଜନ କରିଛି । ଛାତ୍ର କମ୍ପନ ପଦଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟ କ୍ରମରେ ରାଜ୍ୟ ଛାତ୍ର କଂଗ୍ରେସର ସଭାପତି ୟାସିର୍ ନୱାଜ , ଅଖିଳ ଭାରତ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ବିଟୁ ଜି , ଓ ରାଜ୍ୟ ଛାତ୍ର ନେତା ଗଣ ଯୋଗଦାନ କରିଥିଲେ । ତେବେ ଜିଲ୍ଲା ସହ ଯୁବ ସମାଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକୁ ନିଶା ମୁକ୍ତ କରାଯାଉ । ଏନେଇ ଭଦ୍ରକ ଏସପି ଙ୍କୁ ଭେଟି ନିଜ ଦାବି ପତ୍ର ପ୍ରଦାନ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।