ପୁରୀ (ସଂଘର୍ଷ ମିଡିଆ) : – ଓଡ଼ିଶା ସରକାର ଓଡ଼ିଶା ଓ ଓଡ଼ିଶା ବାହାରେଥିବା ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ବାରମ୍ଭାର କୁଠାରଘାତ କରୁଛନ୍ତି । ଏଠାରେ ସ୍ମରଣ କରାଇଦିଆଯାଉଛି ଗତ ଅକ୍ଟୋବର ମାସ ୧୬ ତାରିଖ ରାଜ୍ୟ କଂଗ୍ରେସ ତରଫରୁ ଏକ ବିରାଟ ଜନଆନ୍ଦୋଳନ ଶରଧା ବାଲି ଠାରୁ ବାହାରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ୬ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅକ୍ଟୋବର ୨୮ ତାରିଖ ସୁଦ୍ଧା ଏହି ଦାବି ସମୁହକୁ ଗ୍ରହଣ କରି ଶ୍ରୀମନ୍ଦିରର ଚାରି ଦ୍ୱାରକୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଖୋଲିବା, ରତ୍ନ ଭଣ୍ଡାରର ଗଣତି ଓ ମଣତି କାର୍ଯ୍ୟ ଆରମ୍ଭ କରିବା ସହିତ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅମୃତମୋଣହୀ ଜମିକୁ ଏବଂ ଚାଷୀମାନଙ୍କ ଚାଷ ଜମିକୁ ଫେରାଇବା, ପୁରୀର ଭୂମିହୀନ ସେବାୟତଙ୍କୁ ଜମି ପ୍ରଦାନ ସହିତ ୮୦ ହଜାର ପୁରୀ ବାସିନ୍ଦାଙ୍କୁ ସ୍ଥାୟୀ ପଟା ପ୍ରଦାନ କରିବାପାଇଁ ମହଲତ ଦେଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ମତାନ୍ଧ, ଅହଂକାରୀ ସରକାର କଂଗ୍ରେସର ଦାବିକୁ ଗ୍ରହଣ କଲା ନାହିଁ ।
ପବିତ୍ର କାର୍ତିକ ମାସରେ ସାରା ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଲକ୍ଷ ଲକ୍ଷ ହବିଷ୍ୟାଳି ଓ ଭକ୍ତମାନେ ଜଗନ୍ନାଥ ଦର୍ଶନ ପାଇଁ ପୁରୀକୁ ଆସୁଛନ୍ତି । ଦିନ ଦିନ ଧରି ଅପେକ୍ଷା କଲାପରେ ମଧ୍ୟ ଜଗନ୍ନାଥଙ୍କୁ ଦର୍ଶନ କରିପାରୁ ନାହାନ୍ତି । କ୍ଷୋଭ ଓ କୋହଭରା କଣ୍ଠରେ ସେମାନେ ଜଗନ୍ନାଥଙ୍କୁ ଦର୍ଶନ ନକରି ଫେରିଯାଉଛନ୍ତି । ଏହା ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ପ୍ରତି ଏକ ବଡ଼ କୁଠାରଘାତ । ଏ ସରକାର କାହାର ସ୍ୱାର୍ଥ ପୂରଣ କରିବାପାଇଁ ଭକ୍ତ ଓ ଭଗବାନ ମଧ୍ୟରେ ଏକ ପାଚେରୀ ହୋଇ ଛିଡ଼ାହୋଇଛନ୍ତି । ପ୍ରବିତ୍ର ଧର୍ମ ମାସରେ ଭକ୍ତମାନଙ୍କୁ ଶ୍ରୀ ମନ୍ଦିରକୁ ଅନାୟଶରେ ପ୍ରବେଶ ଓ ପ୍ରସ୍ତାନ ପାଇଁ ଦାୟୀତ୍ୱ ନିର୍ବାହ କରିବା ପରିବର୍ତେ ଦ୍ୱାର ବନ୍ଦ କରି ରଖିବା ଏହା ଜଗନ୍ନାଥ ସଂସ୍କୃତି ବିରୋଧି । ରାଜ୍ୟ ସରକାର ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପକଳ୍ପକୁ ଆଜକୁ ପାଖାପାଖି ୩ ବର୍ଷ ରୁ ଅଧିକ ସମୟ ହେଲାଣି ମାତ୍ର ଏ ପର୍ଯ୍ୟନ୍ତ ସମୁଦାୟ ପ୍ରକଳ୍ପର ୧୦ ଭାଗ କାମ ମଧ୍ୟ ହୋଇନାହିଁ । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ୯ ତାରିଖ ଗୁରୁବାର ଦିନ ଶ୍ରୀମନ୍ଦିର ସମ୍ମୁଖରେ ଉପରୋକ୍ତ ଦାବିକୁ ସରକାର ଗ୍ରହଣ କରିବା ପାଇଁ ଦିନ ୯ ଘଂଟାରୁ ୧୨ ଘଂଟା ପର୍ଯ୍ୟନ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତନ ସତ୍ୟାଗ୍ରହ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟରାମ ପଟ୍ଟନାୟକ, ସୁଜିତ୍ ମହାପାତ୍ର,ରାଜେଶ ମିଶ୍ର,ବିନାୟକ ଦାସ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ପୁଷ୍କର ମହାପାତ୍ର, ମଞ୍ଜୁଲତା ବାରିକୀ, ଭୀମସେନ ପ୍ରଧାନ,, ପିସିସି ସମ୍ପାଦକ ବିଶ୍ଵନାଥ ଦାଶ, ମିତ୍ରଭାନୁ ମହାପାତ୍ର, ସିତାକାନ୍ତ ମହାନ୍ତି, ନିରଞ୍ଜନ ରଥ ପୁରୀ ନଗର କଂଗ୍ରେସ (କ) ସଭାପତି ଛବିନ୍ଦ୍ର ପଢ଼ିଆରି, (ଖ) ଅମରେନ୍ଦ୍ର ପାଇକରାୟ, ଜିଲ୍ଲା ଲିଗାଲ ସେଲ ସଭାପତି କାଳି ପ୍ରାସାଦ ନାୟକ, ବିଦୁଲତା ଆଚାର୍ଯ୍ୟ, ସରସ୍ଵତୀ ପାତ୍ର, ସୁକାନ୍ତ ପ୍ରଧାନ, ପ୍ରେମଜୀତ ମହାନ୍ତି,ନୂତନ ଦାସ ମହାପାତ୍ର, ଚେତନ ମିଶ୍ର,ରଜତ ସାହୁ,ଅବିନାଶ ମିଶ୍ର, ବିଶ୍ବରଂଜନ ମହାପାତ୍ର, ଆଶୁତୋଷ ମିଶ୍ର, ଆଦର୍ଶ ମିଶ୍ର, ମାର୍କଣ୍ଡ ମହାନ୍ତି,ଉମାକାନ୍ତ ବେହେରା , ସସ୍ମିତା ସ୍ଵାଇ, ଜିଲ୍ଲା ମୁଖପତ୍ର ସ୍ଵାଧୀନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
Get real time updates directly on you device, subscribe now.