ବ୍ରହ୍ମଗିରିରେ ପ୍ରଥମ ଥର ନିଜର ଶକ୍ତି ପ୍ରଦର୍ଶନ କଲେ ଉମା

116

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀର ବ୍ରହ୍ମଗିରି ବିଧାନସଭା ଆସନରୁ ପ୍ରାର୍ଥୀ ହେବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ। ଏହା ସ୍ପଷ୍ଟ କରିଛନ୍ତି ଉମାକାନ୍ତ ସାମନ୍ତରାୟ। ସେହିପରି ବ୍ରହ୍ମଗିରିରୁ ବିଜେଡିର ପ୍ରାର୍ଥୀ ହେବେ ବରିଷ୍ଠ ବିଜେଡି ନେତା ସଂଜୟ ଦାସବର୍ମା। ବ୍ରହ୍ମଗିରିକୁ ଆସି ଏହା ସ୍ପଷ୍ଟୀକରଣ ଦେଇଛନ୍ତି ଉମାକାନ୍ତ ସାମନ୍ତରାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଏହା ମାନି ନେଇଥିବା ଉମା କହିଚନ୍ତି।ଏଥି ସହିତ ଆଗାମୀ ନିର୍ବାଚନ ପାଇଁ ବ୍ରହ୍ମଗିରିରେ ପ୍ରଥମ ଥର ପାଇଁ ଉମା ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବ୍ରହ୍ମଗିରି ବଜାରରେ ଏକ ବିଶାଳ ଶୋଭାଯାତ୍ରା କରିଥଲେ ଉମା। ଯେଉଁ ଥିରେକି ସହ ଶହ ବିଜେଡି କର୍ମୀ ସାମିଲ ହେଇଥିଲେ। ପରେ ସେ ବ୍ରହ୍ମଗିରିର ଆରାଧ୍ୟ ଦେବତା ପ୍ରଭୁ ଅଲାରନଥଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଉମା କହିଛନ୍ତି ଦଳର ସୁପ୍ରିମୋ ନବିନ ପଟ୍ଟନାୟକ ତାଂକ ନେତା ସେ ଯାହା ନିଷ୍ପତ୍ତି ନେବେ ସେ ମାନିବେ ବୋଲି ଉମା କହିଚନ୍ତି। ତେବେ ନବୀନ ପଟ୍ଟନାୟକ ହେଉଛନ୍ତି ବିକାଶ ପୁରୁଷ। ତାଙ୍କ ନେତୃତ୍ଵ ଯୋଗୁ ଓଡ଼ିଶା ଆଜି ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ଓଡ଼ିଶା ରେ ବ୍ୟାପକ ବିକାଶ ହୋଇଚି। ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର, ସାକ୍ଷୀଗୋପାଳ ମନ୍ଦିର, ବ୍ରହ୍ମଗିରି ଅଲାରନାଥ ମନ୍ଦିର ର ବିକାସ ପାଇଁ ମୁଖ୍ୟମନ୍ତ୍ରୀ ବହୁ ପଦକ୍ଷେପ ନେଇଛନ୍ତି। ବ୍ରହ୍ମଗିରିବାସୀ ମୋ ଉପରେ ବିଶ୍ୱାସ ରଖି ମତେ ଆଶୀର୍ବାଦ ପ୍ରଦାନ କରନ୍ତୁ। ମୁଁ ନିଶ୍ଚିତ ବ୍ରହ୍ମଗିରି ଆହୁରି ବିକାସ କରିବି ବୋଲି ଉମାକାନ୍ତ ସାମନ୍ତରାୟ କହିଛନ୍ତି। ତେବେ ସେ ତୃଣମୂଳସ୍ତରରୁ ଲଢେଇ କରି ନେତା ହୋଇଛନ୍ତି। ସେ କାହାକୁ ଭୟ କରନ୍ତି ନାହିଁ। ଲୋକ ସେବା ହିଁ ତାଙ୍କର ମୂଳ ଲକ୍ଷ୍ୟ। ଏଣୁ ବ୍ରହ୍ମଗିରି ବାସୀ ନିଶ୍ଚିତ ମୁଖ୍ୟମନ୍ତ୍ରୀଙ୍କଙ୍କ ପ୍ରତି ବିପୁଳ ସମର୍ଥନ ଦେଇ ବିଜେଡିକୁ ଜିତାଇବେ ବୋଲି ଉମା ଆଶା ରଖିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More