ବୋରିଗାଁରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ

14

Get real time updates directly on you device, subscribe now.

ନବରଙ୍ଗପୁର)ସଂଘର୍ଷ ମିଡିଆ) :- – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବୋରିଗାଁ ପଞ୍ଚାୟତ ଅଧୀନ ଡ଼ଙ୍ଗରିଗୁଡା ଗ୍ରାମରେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁଙ୍କ ସଭାପତିତ୍ଵରେ କର୍ମୀ ସମ୍ମିଳନୀ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବିଧାନସଭା ଆସନ ବିଧାୟକ ପାର୍ଥୀ ଲିପିକା ମାଝୀ ଯୋଗ ଦେଇ ଉଦବୋଧନ ଦେଇ କର୍ମୀ ମାନଙ୍କୁ ବିଧାୟକ ଭାବେ ତାଙ୍କୁ ଓ ସାଂସଦ ପାର୍ଥୀ ତାଙ୍କ ବାପା ଭୁଜବଳ ମାଝୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ | ଏହି ସଭାରେ ବୋରିଗାଁ ପଞ୍ଚାୟତର ୭୦ ଜଣ ବିଭିନ୍ନ ଦଳ ଛାଡି କଂଗ୍ରେସ ଦଳରେ ସାମିଲ ହୋଇଥିଲେ | ଏହି ସମ୍ମିଳନୀରେ ବ୍ଲକ କଂଗ୍ରେସ ଉପସଭାପତି କୃଶ ପନକା, ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ବୋରିଗାଁ ସରପଞ୍ଚ ସୁକୃ ଭତରା, ପଞ୍ଚାୟତ ସଭାପତି ରଇନୁ ପୂଜାରୀ ଓ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More