ବିରୋଧୀଙ୍କ ସ୍ବରର କଣ୍ଠରୋଧ କରିବା ପାଇଁ ବିଜେପିର ଷଡ଼ଯନ୍ତ୍ରକୁ କଡ଼ା ବିରୋଧ କରାଯିବ: କଂଗ୍ରେସ

13

Get real time updates directly on you device, subscribe now.

ଆଙ୍କର-ଭାରତ ବର୍ଷର ଗଣତନ୍ତ୍ର ଆଜି ବିପଦରେ। ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ କୁ ମୋଡିମକଜି ନିଜର ରାଜନୈତିକ ଉଦ୍ଦେଶ୍ୟକୁ ପୁରଣ କରିଵା ପାଇଁ ଏହାର ଗାରିମାକୁ ଉଦ୍ୟେଶ ମୁଳକ ଭାବରେ କ୍ଷୁର୍ଣ୍ଣ କରାଯାଇଛି। ଭାରତ ବର୍ଷରେ ପ୍ରଥମ ଥର ପାଇଁ ନିର୍ବାଚନ ସମୟର ଏକ ଭାଷଣ ବାଜିକୁ ନେଇ ଜଣେ ସାଂସଦ ଙ୍କୁ ଦୁଇବର୍ଷ ଜେଲ ଦଣ୍ଡ ଶୁଣାଣି କରି ତାଙ୍କର ସଭ୍ୟ ପଦ ରଦ୍ଧ କରିବା ଏକ ବିରଳ ଘଟଣା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି ଆହୁରି ମଧ୍ୟ ରାହୁଲ ଗାନ୍ଧି ମୋଦି ଓ ଆଦାନୀ ସଂପର୍କ କୁ ନେଇ ଯେଉଁ ଖୋଲାସା ସଂସଦରେ କଲେ ଏବଂ ଆଦାନୀ କମ୍ପାନୀ ପରିଚାଳିତ ଯେଉଁ ଶେଲ୍ କମ୍ପାନୀ ଦ୍ଵାରା ୨୩୦୦୦ କୋଟି ପୁଞ୍ଜି ବିନିଯୋଗ ହୋଇଛି ଏହା କାହାର ବୋଲି ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ଦେବା ପରିବର୍ତେ ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଧ କରାଗଲା। ଯାହାଦ୍ବାରା ମୋଦି ଆଦାନୀଙ୍କ ଭିତିରି ସଂପର୍କ ସଂସଦରେ ଆଉ ଆଲୋଚନା କରାଯିଇପାରିବନାହିଁ ମୁଖ ପାତ୍ର ରଜନୀ କୁମାର ପ୍ରକାଶ କରିଥିଲେ।ଆଜି ଭାରତ ବର୍ଷର ସମସ୍ତ ଜାତୀୟ ସଂମ୍ପତ୍ତି କାହିଁକି ଆଦାନୀ ଙ୍କୁ ଟେକି ଦିଆଯାଉଛି। SBI,LIC ଅନ୍ୟ ସରକାରୀ ବ୍ୟାଙ୍କ ଏକଲକ୍ଷ ତେର ହଜାର ଦୁଇସହ ପଚାଶ କୋଟି କାହା ପ୍ରରୋଚନାରେ ଦିଆଯାଇଛି?
କେନ୍ଦ୍ର ସରକାରଙ୍କ ଏହି ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିରୋଧ କରି ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ତେବେ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି,ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ସାଂସଦ ପ୍ରାର୍ଥୀନୀ ପ୍ରତିମା ମଲ୍ଲିକ, ପ୍ରଦେଶ କଂଗ୍ରେସ ସମ୍ପାଦକ ଇଂ ନଳିନୀ କୁମାର ସ୍ବାଇଁ,ପୌରାଧକ୍ଷା ଅର୍ଚ୍ଚନା ସିଂହ ,ନଗର ମହିଳା କଂଗ୍ରେସ ସଭାନେତ୍ରୀ ମାନସୀ ନନ୍ଦ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଗଣତନ୍ତ୍ର ସୁରକ୍ଷା ଦାବୀ କରିଥିଲେ । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More