ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ମନୋହର ରନ୍ଧାରୀ

105

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ୮ ଟି ପ୍ରକଳ୍ପର ଭୂମି ପୂଜନ ସହ ଶିଳାନ୍ୟାସ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇ ଥିବାବେଳେ ଡାବୁଗାଁ ବ୍ଳକରେ ୪ ଟି ପ୍ରକଳ୍ପର ଭୂମି ପୂଜନ ସହ ଶିଳାନ୍ୟାସ ହୋଇଛି lଏଥିରେ ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ ପାତିଆ ଠାରୁ ଘୁଷୁରାବେଡା ଗ୍ରାମ ମଧ୍ୟରେ ଥିବା ଅଙ୍ଗୀ ନଦୀ ଉପରେ ପୋଲ, ଡାବୁଗାଁ ପଞ୍ଚାୟତର ଡାବୁଗାଁ ଠାରୁ ଉମୁରହାଣ୍ଡି ଗ୍ରାମ ମଧ୍ୟରେ ଥିବା ଅଙ୍ଗୀ ନଦୀ ଉପରେ ପୋଲ ଓ ବୋରିଗାଁ ପଞ୍ଚାୟତ ଅଧୀନ ପରିଆବେଡା ଠାରୁ ଆଟିଗାଁ ମଧ୍ଯରେ ଥିବା ଭାସ୍କେଲ ନଦୀ ଉପରେ ପୋଲ, ଘୋଡାଖୁଣ୍ଟା ଠାରୁ ଶିଂସାରି ରାସ୍ତା ମଧ୍ୟରେ ଥିବା ଗାଈଯୋଡି ନଦୀ ଉପରେ ନିର୍ମାଣ ହେବାକୁ ଥିବା ପୋଲର ଭୂମି ପୂଜନ ସହ ଶିଳାନ୍ୟାସ କରାଯାଇଛି | ଏଥିରେ ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି | ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ଶିବାନନ୍ଦ ବିଶୋୟୀ, ପାପଡାହାଣ୍ଡି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତରା ଓ ଗୁପ୍ତ ବିଶୋୟୀ, ସାଂସଦ ପ୍ରତିନିଧି ଏମ୍. ଆପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବ୍ଲକ ବରିଷ୍ଠ ବିଜେଡି ଉପଦେଷ୍ଟା ମଳୟ ବିଶୋୟୀ ଓ ବହୁ ବିଜେଡି କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ | ଉମୁରାହାଣ୍ଡି ଗ୍ରାମର ପଦମ ପୁଝାରୀ ଙ୍କ ସମେତ ଗ୍ରାମବାସୀ ପୋଲ ପାଇଁ ବିଧାୟକଙ୍କୁ ଗୁହାରୀ କରି ଥିଲେ, ତାହା ଖୁବ କମ ଦିନରେ ଆଜି ଫଳବତୀ ହୋଇ ଥିବାରୁ ସେ ଓ ଜଣେ ମହିଳା ଏଇ ମଞ୍ଚରେ ବିଧାୟକ ଙ୍କୁ ଧନ୍ୟବାଦ ଦେବା ସହ ଜୟ ଜୟ କାର କରି ସଭାକୁ ଆନନ୍ଦ ଉଲ୍ଲାସ ରେ ଭରି ଦେଇଥିଲେ lନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More