ବିରିଡି ( ସଂଘର୍ଷ ମିଡିଆ ) : ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କମ୍ରେ ବିରିଡି ବ୍ଳକ କଂଗ୍ରେସ କମିଟି ପକ୍ଷରୁ ଆଜି ବିରିଡି ଛକ ସ୍ଥିତି ବିଦ୍ୟୁତ ସେକ୍ସନ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣ ଓ ବିଷୋଭ ପ୍ରଦର୍ଶନ କରାଯାଉଛି। ବିରିଡି ବ୍ଲକ କଂଗ୍ରେସ କମିଟିର ସଭାପତି ସୀତାଶୁ ଶେଖର ରାୟ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତ୍ରୀ ପ୍ରତିମା ମଲ୍ଲିକ୍, ସରପଞ୍ଚ ବିମଳ ସେଠୀ,ସରପଞ୍ଚ ଅଶୋକ କୁମାର ଜେନା, କିଶୋର ଚନ୍ଦ୍ର ପାଳ,ବଳରାମ ମଲ୍ଲିକ୍, ଗୋପବନ୍ଧୁ ସ୍ଵାଇଁ,ବିଶ୍ୱରଂଜନ ପାତ୍ର, ସମୀରି ଖୁଣ୍ଟିଆ ଓ ପବିତ୍ର ପଧାନ ପ୍ରମୁଖ ସାମିଲ ହୋଇଥିଲେ। ଟାଟା ବିଦ୍ୟୁତ ସଂସ୍ଥା ବିତରଣ ଦାୟିତ୍ୱ ଦେବା ପରଠାରୁ ଏ ମଧ୍ୟରେ ୟୁନିଟ ପିଛା ଗତ ୭ମାସ ମଧ୍ୟରେ ୨ଥର ୫୦ ପାଇସା ଦରବୃଦ୍ଧି ଘଟାଇଛନ୍ତି। କରୋନା ମହାମାରୀ ଯେଗୁ ଜନସାଧାରଣଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ବିଦ୍ୟୁତ ବିଲ ବୃଦ୍ଧି ବେଝ ଅସହ୍ୟ ହୋଇପଡୁଛୁ ବୋଲି କହିଥିଲେ।ପରେ ବିରିଡି ବିଦ୍ୟୁତ ସେକ୍ସନ କନିଷ୍ଠ ଯନ୍ତ୍ରୀ ବନୋଜ କୁମାର ନାୟକ ଧାରଣା ସ୍ଥଳକୁ ଆସି ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ଲେଖା ଯାଇଥିବା ଏକ ଦାବିପତ୍ର କଂଗ୍ରେସ ନେତାଙ୍କ ଠାରୁ ଗ୍ରହଣ କରିଥିଲେ।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।