ବିଜେପି ୱାର୍ଡରେ ବିଜେଡିର ଶକ୍ତି ପ୍ରଦର୍ଶନ : ହେବି ୱେଟ ନେତା ସାମିଲ

18

Get real time updates directly on you device, subscribe now.


ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଚଳିତ ସାଧାରଣ ନିର୍ବାଚନରେ ବିଜେଡିର ପ୍ରଚାର ଅଭିଯାନରେ ନବରଙ୍ଗପୁର ପୌରପାଳିକାର ବିଜେପି ଶାସିତ ୧୬ ନଂ ୱାର୍ଡରେ ବିଜେଡି ଶକ୍ତି ପ୍ରଦର୍ଶନ କରିଛି । ବୁଧବାର ଅପରହ୍ନ୍ନ ରେ ବିଜେଡିର ହେବି ୱେଟ ନେତା ମାନେ ଏଥିରେ ସାମିଲ ହୋଇ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଓ ବିଧାୟକ ପ୍ରାର୍ଥୀ କୌଶଲ୍ୟା ମାଝୀଙ୍କ ସପକ୍ଷରେ ପ୍ରଚାର କରିଥିଲେ । ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ମଞ୍ଜୁଳା ମାଝିଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟବେକ୍ଷକ ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ,ଅବିଭକ୍ତ କୋରାପୁଟ ଜିଲ୍ଲା ମହିଳା ସଭାନେତ୍ରୀ ଲତା ସାହୁ ରାୟ, ଜିଲ୍ଲା ଉପସଭାପତି ରବି ପଟ୍ଟନାୟକ, ସାଧାରଣ ସଂପାଦକ ଆଶିଷ ପଟ୍ଟନାୟକ, ନଗର ସଭାପତି ପ୍ରମୋଦ ରଥ, ଜିଲ୍ଲା ସଂପାଦକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, କାଉନସିଲ୍‌ର ରଞ୍ଜିତା ପଣ୍ଡା, ପୂର୍ବତନ ୧୬ ନଂ କାଉନସିଲର ମଦନାବତୀ ଜାନି, ପୂର୍ବତନ କାଉନସିଲର ରିତା ସୌରା ଯୋଗ ଦେଇ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ । ଓ୍ବାର୍ଡ ସଭାପତି ଦୁର୍ଗା ପ୍ରସାଦ ପାଢିଙ୍କ କାର୍ଯ୍ୟାଳୟ ନିକଟରୁ ଆରମ୍ଭ ହୋଇଥିବା ଏହି ପ୍ରଚାର ରାଲିରେ ୱାର୍ଡର ଶହ ଶହ ମହିଳା ମାନେ ସାମିଲ ହୋଇ ୱାର୍ଡର ପ୍ରତ୍ୟେକ ସାହି ବୁଲି ଘର ଘର ପହଞ୍ଚି ପ୍ରଚାର କରିଥିଲେ । ଏଭଳି ପ୍ରଚାର କାର୍ଯ୍ୟରେ ସ୍ଵତଃ ପ୍ରବୃତ୍ତ ଭାବେ ୱାର୍ଡ ର ମତଦାତା ମାନେ ସାମିଲ ହୋଇଥିବା ବେଳେ ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ମହିଳା ନେତ୍ରୀ ପ୍ରଣତି ତ୍ରିପାଠୀ, ରାମେଶ୍ଵରୀ ଦୋରା (ସିଲ୍କି), ବବିତା ସାହୁ, ସ୍ଵାଧୀନ ପଣ୍ଡା, ସୂର୍ଯ୍ୟକାନ୍ତ ଲେଙ୍କା, ସୁମିତ ପାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More