ବିଜେପି ଯୁବମୋର୍ଚା କର୍ମୀଙ୍କୁ ଭବ୍ୟ ସ୍ୱାଗତ

13

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ରାଜ୍ୟରେ ଆଇନି ଶୃଙ୍ଖଳା ବିପର୍ଯ୍ୟସ୍ତ ବିରୁଦ୍ଧରେ ଫେବୃଆରୀ 28 ତାରିଖରେ ବିଧାନସଭା ଅଭିମୁଖେ ଶାନ୍ତି ପୂର୍ଣ୍ଣ ରାଲି କରୁଥିବା ବେଳେ, ପୋଲିସ ରାଲିକୁ ଭଣ୍ଡୁର କରିବା ପାଇଁ ପୋଲିସ ଯୁବମୋର୍ଚ୍ଚା କର୍ମୀ ଉପରେ ଆକ୍ରମଣ କରିଥିଲା,।ଯାହା ଫଳରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା କର୍ମୀ ଭିତରେ ଧସ୍ତା ଧସ୍ତି ହୋଇଥିଲା। ପୋଲିସ ଅତର୍କିତ ଭାବରେ ଯୁବମୋର୍ଚ୍ଚା କର୍ମୀଙ୍କୁ ଗିରଫ କରି 22ଜଣ କାର୍ଯ୍ୟକର୍ତ୍ତାଙ୍କୁ ରାତି ଅଧିଆ ଜେଲ ପଠାଇଥିଲା । ଦୀର୍ଘ 55ଦିନ ପରେ ଅଦାଲତ ର ନ୍ୟାୟ ପରେ ଗିରଫ ବିଜେପି କର୍ମୀ ଜେଲରୁ ବାହାରିଥିଲେ। ତାପରେ ତାଙ୍କୁ ବିରାଟ ରାଲିରେ ପାର୍ଟି ଅଫିସରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।22କର୍ମୀ ଙ୍କ ମଧ୍ୟରୁ 4କର୍ମୀ କଟକ ଜିଲ୍ଲାର ଗତକାଲି ଫୁଲନଖରା ଛକରୁ ନେତାଜୀ ସୁବାଷ ବୋଷଙ୍କ ପ୍ରତିମୃତିରେ ପୁସ୍ପମାଲ୍ୟ ଦେଇ ନିଆଳୀ ଅଭିମୁଖେ ଯାତ୍ରା କରିଥିଲେ।, ତ୍ରିନାଥବଜାର, ବାଗଲପୁର, କଣ୍ଟାପଡା, ଅଡସପୁର, ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା, ନୂଆଙ୍ଗା କଲେଜ ଛକ ଠାରୁ ନିଆଳୀ ଥାନା ଛକ ପର୍ଯ୍ୟନ୍ତ ଏକ ବିରାଟ ବାଇକି ଶୋଭାଯାତ୍ରା ରେ ନିଆଯାଇ ବଜାର ପରିକ୍ରମା କରାଯାଇଥିଲା।, ନିଆଳୀ ମାଟିର ପୁଅ ଯୁବସଂଗ୍ରାମୀ ନେତା ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଭକ୍ତବତ୍ସଳ ବସ୍ତିଆ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ରଞ୍ଜିତ ପଣ୍ଡା, ରାଜକୁମାର ମହାନ୍ତି। ରାଜା ସାମନ୍ତରାୟଙ୍କୁ ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ମାନେ ପୁଷ୍ପ ଗୁଚ୍ଛ ଓ ଫୁଲ ମାଳ ଦେଇ ସ୍ୱାଗତ ଜଣାଇ ଥିଲେ।,ବିଜେପି ନେତା ସୁଶାନ୍ତ ମଲିକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦେବଦତ୍ତ କର, କଟକ ମୁନିସିପାଲିଟି କର୍ପୋରେଟର ଗଗନ ଓଝା, ତପନ ଲେଙ୍କା ପ୍ରମୁଖ ରାଲିରେ ଯୋଗଦେଇ ଜେଲ ରୁ ଫେରିଥିବା କର୍ମୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ।, ଆଗାମୀ ଦିନରେ ବିଜେଡି ସରକାରକୁ ନ ହଟାଇ ବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ସଂଗ୍ରାମ ଜାରୀ ରଖିବ । ନବୀନ ପଟ୍ଟନାୟକଙ୍କୁ ଗାଦିଚୁତ ନକରିବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ନା ଶୋଇବ ନା ଶୁଆଇ ଦେବ ବୋଲି ଶ୍ରୀ ବସ୍ତିଆ କହିଥିଲେ, ନିଆଳୀ ବାସୀଙ୍କ ଭଲପାଇବା ଓ ଆଶ୍ରିବାଦ ପାଇଁ ସମସ୍ତ ଜନସାଧାରଣ ଓ ବିଜେପି କର୍ମୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ, ଅନ୍ୟମାନଙ୍କ ଭିତରେ ବିଭୁତି ନାୟକ, ବ୍ରହ୍ମାନନ୍ଦ ମିଶ୍ର, ପ୍ରଦୀପ ନାୟକ, ଶିଶିର ଦାସ, ସୁଜାତା ମହାନ୍ତି,ମଣ୍ଟୁ ରଥ, ଯୋଗେନ୍ଦ୍ର ସାହୁ ,ପ୍ରଭାତ ମହାପାତ୍ର,ମୋହନ ଦାସ, ନିମାଇଁ ଭୋଇ,ସୌମ୍ୟ ବିଶ୍ୱାଳ, ଗୁଡୁ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More