ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପୁରୀ ଜିଲାପାଳଙ୍କ ଅଫିସ ଘେରାଉ

115

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପୁରୀ ଜିଲାପାଳଙ୍କ ଅଫିସ ଘେରାଉ କରାଯାଇଛି । ଏସ ଏଚ୍ ଜି ମହିଳା ଗୋଷ୍ଠୀଙ୍କୁ ସରକାର ଋଣ ଦେବାରେ ପାତର ଅନ୍ତର ନିତି ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ଵରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥଲା । ପୁରୀ ଟାଉନ ହଲ ଛକରୁ ଏକ ରାଲିରେ ଶହ ଶହ ବିଜେପି ମହିଳା ମୋର୍ଚ୍ଚାର କର୍ମୀ ଆସି ଜିଲାପାଳ ଅଫିସରେ ପହଂଚି ରାଜ୍ୟ ସରକାରଙ୍କ ପାତର ଅନ୍ତର ନୀତିକୁ ପ୍ରତିବାଦ କରିଥିଲେ। ତେବେ ଏ ନେଇ ବିଜେପି ମହିଳା ମୋର୍ଚ୍ଚା ପୁରୀ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ ନିକଟକୁ ଯିବା ପାଇଁ ଚେଷ୍ଟା କରିଥିବା ବେଳେ ପୋଲିସ୍ ନ ଛାଡ଼ିବାକୁ ନେଇ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଉତ୍ୟକ୍ତ ହୋଇ ବନ୍ଦ କରାଯାଇ ଥିବା ଗେଟକୁ ଠେଲି ଜବର ଦସ୍ତ ଜିଲାପାଲ ଅଫିସରେ ପ୍ରଵେଶ କରିଥଲେ। ପରେ ଜିଲାପାଳଙ୍କ କାର୍ଯ୍ୟଳୟ ଭିତରେ ଧାରଣା ଦେଇଥିଲେ। ପରେ ବିଜେପିର ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ମହିଳା ମୋର୍ଚ୍ଚାର ସଦସ୍ୟ ମାନେ ପୁରୀ ଏଡିଏମଙ୍କୁ ଦାବୀପତ୍ର ପ୍ରଦାନ କରିଥଲେ। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ରାଜ୍ୟ ସରକାର ଏସଏଚଜି ଗ୍ରୁପଙ୍କୁ ଋଣ ଦେବା ନେଇ ଘୋଷଣା କରିଛନ୍ତି। ହେଲେ କେବଳ ମିଶନ ଶକ୍ତି ଗ୍ରୁପ ମହିଳାଙ୍କୁ ଋଣ ଦିଆଯାଉଥିବା ବେଳେ ଅନ୍ୟ ଗ୍ରୁପ ଗୁଡ଼ିକୁ ଋଣ ଦିଆଯାଉନାହିଁ। ସେହିପରି ସରକାରଙ୍କୁ ସମର୍ଥନ କରୁଥିବା ଗ୍ରୁପ ମାନଂକୁ ଋଣ ଦିଆଯାଉଛି। ଯାହାକି ବେଆଇନ। ତୁରନ୍ତ ରାଜ୍ୟ ସରକାର ଏହା ପୁର୍ନବିଚାର କରିବାକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଦାବୀ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More