ପୁରୀ(ସଂଘର୍ଷ ମିଡିଆ) : – ଆଜି ପୁରୀରେ ଭକ୍ତ ସାଲବେଗ ପୀଠରେ ଆପ ତରଫରୁ ଏକ ସାମ୍ବାଦିକ ସାମ୍ବାଦିକ ସମିଳନୀ କରାଯାଇଥିଲା । ଏହି ସମିଳନୀରେ ସତ୍ୟବାଦୀର ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ viral ଭିଡ଼ିଓ ସମ୍ପର୍କରେ ଥିଲା. ସେ ଭିଡ଼ିଓ ରେ ଯୋଉ ଯୁବତୀ ବିଧାୟକଙ୍କ ସହ ଥିଲେ ତାଙ୍କର ପୂର୍ବରୁ ଭିଡ଼ିଓ ମଧ୍ୟ viral ହେଇଥିଲା, ସେତେବେଳେ ସେ କହିଥିଲେ ଯେ ସେ ତାଙ୍କ ସମ୍ପର୍କୀୟ. କିନ୍ତୁ ନୂଆ ଭିଡ଼ିଓରେ ସେ ଯେଉଁଭଳି ଆଚରଣ କରୁଛନ୍ତି ତାହା ଜମାରୁ ଶୋଭାନିୟ ନୁହଁ.ସେ ଯୁବତୀ ଜଣଙ୍କ ହେଲେ ଜଣେ ଜିଲ୍ଲା ପରିଷଦ ପାର୍ଥି ସେ ପୁଣି ବିଜେପି ରୁ 2022 ମସିହା ରେ 29 no zone ରୁ ଠିଆ ହେଇଥିଲେ.ଆପର ଦାବୀ
1..ବିଧାୟକ ସ୍ପଷ୍ଟ କରନ୍ତୁ ସେ ଝିଅ ସହ ତାଙ୍କର ସମ୍ପର୍କ କଣ ?
2..blackmail କିଏ କାହାକୁ କରୁଛି?
3…ବିଧାୟକଙ୍କୁ ଯଦି ସେ black mail କରୁଥିଲେ ତେବେ ବିଧାୟକ ପୋଲିସର ଦ୍ୱାରସ୍ଥ କାହିଁକି ହେଲେନି ?
4…ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳା ଉପରେ ହେଉଥିବା ଅତ୍ୟାଚାର ବିଷୟରେ କହିବେ କି ?
5… ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉତ୍ତର ଦେବେ କି ବିଜେପି ରେ କର୍ମୀ ମନେ କେତେ ସୁରକ୍ଷିତ ?
6…ସେ ଯୁବତୀଙ୍କୁ ତୁରନ୍ତ ଖୋଜା ଯାଇ ତାଙ୍କୁ ସୁରକ୍ଷା ଦିଆଯାଉ”
7…ଗୋପବନ୍ଧୁ ମାଟିରେ ଏଭଳି ଆଚରଣ ଉଚିତ ନୁହଁ, ବିଧାୟକ ସ୍ପଷ୍ଟୀକରଣ ଦିଅନ୍ତୁ ?
ବିଧାୟକଙ୍କ ଚୁପ ରହିବାରୁ ଆପ ଆସନ୍ତାକାଲି ଗଙ୍ଗାଜଳରେ ସତ୍ୟବାଦୀ ମାଟିରେ ସିଞ୍ଚନ କରିବ. ଆଜିର ସାମ୍ବାଦିକ ସମିଳନୀରେ ଜିଲ୍ଲା ସଭାପତି ସଂଜୀବ ମହାନ୍ତିଙ୍କ ସହ ନଗର ସମ୍ପାଦକ ପ୍ରଦୀପ ପ୍ରଧାନ ଓ ଯୁବ ସମ୍ପାଦକ ଜନ୍ମେଜୟ ଜେନା ଉପସ୍ଥିତ ଥିଲେ ।
Get real time updates directly on you device, subscribe now.