ବିଜେପି ତାଟୋ ମଣ୍ଡଳର ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

46

Get real time updates directly on you device, subscribe now.

ମୟୂରଭଞ୍ଜିଆ (ସଂଘର୍ଷ ମିଡିଆ) : – ବିଜେପି ତାଟୋ ମଣ୍ଡଳ ପକ୍ଷରୁ ଆଜି କରଞ୍ଜିଆ ବ୍ଲକର ତାଟୋ ଓ ବଡଗାଁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଛି । ତାଟୋ ମଣ୍ଡଳର ସଭାପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଏବଂ ଜିଲ୍ଲା ଆଇନ ମୋର୍ଚ୍ଚା ସଭାପତି ତଥା କେନ୍ଦୁଝର ଲୋକସଭା କ୍ଷେତ୍ରର ଆଇନ ମୋର୍ଚ୍ଚା ସଂଯୋଜକ ମଦନ ମୋହନ ମହାନ୍ତଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଘେରାଉରେ ଉଭୟ ପଞ୍ଚାୟତ ମାନଙ୍କରେ ଶତାଧିକ ଲୋକ ଯୋଗଦେଇ ପ୍ରତି ଗ୍ରାମର ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଦାବି ରଖିଥିଲେ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପଦ୍ମଚରଣ ହାଇବ୍ରୁ,ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଯୁଗଳ କିଶୋର ନାଏକ , ପୁଷ୍ପାଞ୍ଜଳି ସିଧୁ,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭ୍ୟ ଦନାର୍ଦ୍ଦନ ବେହେରା, ତାଟୋ ପଞ୍ଚାୟତ ସଭାପତି , ବଡ଼ଗାଁ ପଞ୍ଚାୟତ ସଭାପତି ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More