ରାଉରକେଲା ( ସଂଘର୍ଷ ମିଡିଆ ) : ରାଉରକେଲା, ବିଜେପି ଷ୍ଟିଲ ଟାଉନସିପ୍ ପଶ୍ଚିମ ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ବସନ୍ତ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ସେକ୍ଟର-୧୬ ସ୍ଥିତ ଧବଳେଶ୍ୱର ମନ୍ଦିର ନିକଟସ୍ଥ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହାକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ । ପରେ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇ ଅତିମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ମଣ୍ଡଳ ସଭାପତି ଶ୍ରୀ ସାମଲ ସ୍ୱାଗତ ଭାଷଣ ଦେବା ସହ ବୈଠକର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ ଭଗବାନ ପାତ୍ର ରାଜନୈତିକ ପ୍ରସ୍ତାବ ଆଗତ କରିଥିବା ବେଳେ ମଣ୍ଡଳ ଉପସଭାନେତ୍ରୀ ପ୍ରତିମା ରାଉତ ଏହାକୁ ସମର୍ଥନ କରିଥିଲେ । ଏହି ପ୍ରସ୍ତାବରେ ସେକ୍ଟର ଅଞ୍ଚଳର ରାସ୍ତାଘାଟର ଶୋଚନୀୟ ଅବସ୍ଥା, ତୁମକେଲାରେ ପାନୀୟ ଜଳ ସଂକଟ, ପ୍ରତ୍ୟେକ ଛକରେ ବିଶ୍ରାମର ନିର୍ମାଣ , ପ୍ରତ୍ୟେକ ବସ୍ତିରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ , ସୋଲାର ଲାଇଟ୍ ସିଷ୍ଟମ , ସ୍କୁଲ ଛାତଗୁଡିକର ମରାମତି ଉପରେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ତୁରନ୍ତ ଏସବୁର ଉପଯୁକ୍ତ ପ୍ରତିକାର କରିବାକୁ ଦାବି କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଆଇଜିଏ ଠାରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରିବାକୁ ଗତ ୨୦୧୫ ଅପ୍ରେଲ ୧ ତାରିଖରେ ଯେଉଁ ଘୋଷଣା କରିଲେ ତାହା ସମ୍ପୂର୍ଣ୍ଣ ହୋଇ ଗତ ୨୧ ତାରିଖରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ଲୋକାର୍ପିତ କରାଯାଇଥିବାରୁ ବିଜେପି ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏଥିସହ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିଥିବାରୁ ବିଜେପି ତରଫରୁ ଜିଲ୍ଲା ମୁଖପାତ୍ର ଏହି ବୈଠକ ଅବସରରେ ଧନ୍ୟବାଦ ଜଣାଇଛନ୍ତି । ଅନୁସୂଚିତ ଜାତି ଓ ଜନଜାତିର ଉତଥାନ ଉପରେ ଜିଲ୍ଲା ଏସ୍ଟି ମୋର୍ଚା ଅଧ୍ୟକ୍ଷ ବାବୁଲି ମୁର୍ମୁଙ୍କ ବକ୍ତବ୍ୟ, ବିଜେପି ରାଜ୍ୟ ଏସି ମୋର୍କ କାର୍ଯ୍ୟକାରିଣୀ ସଦସ୍ୟ ଭ୍ରମରବର ବେହେରା ବିଭିନ୍ନ ସମସ୍ୟା ସମାଧାନରେ ସଙ୍ଗଠନର ଭୂମିକା, ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ଟୀକାକରଣ ଓ ବିଜେପି ପାଳନ କରିଥିବା ୬ଟି କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ମହିଳା ମୋର୍ଚା ସଭାନେତ୍ରୀ ମମତା ଗୌତମ ମହିଳାମାନଙ୍କ ଭୂମିକା ଓ ସଙ୍ଗଠନକୁ ଶକ୍ତିଶାଳୀ କରିବାରେ ସେମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।ମଣ୍ଡଳ ସାଧାରଣ ସମ୍ପାଦକ ବ୍ୟାସଦେବ ନାଥ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦିକା ସବିତା ସ୍ୱାଇଁ ଧନ୍ୟବାଦ ଦେଇଥିଲେ।ନୂତନଭାବେ ତପନ କୁମାର ନାୟକଙ୍କୁ ମଣ୍ଡଳ ଉପସଭାପତି ଭାବେ ଘୋଷଣା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ସାହୁ, ହେମନ୍ତ ଜେନା,ପ୍ରବାସିନି ଦୁଙ୍ଗୁରି,ଶିଶିର ପ୍ରଧାନ,ମନ୍ମଥ ଦେ,ତପନ କୁମାର ନାୟକ, ଶ୍ରୀକାନ୍ତ ପାଢ଼ୀ,ତରକନାଥ ମହାପାତ୍ର,ଅକ୍ଷୟ କୁମାର ଦାଶ, ପ୍ରଫୁଲ୍ଲ ମିଶ୍ର,ଲଲାଟେନ୍ଦୁ ନାୟକ, ଆଲୋକ ନାୟକ,ଅଶୋକ ଲେଙ୍କା, ରାମ ବର୍ମା,ବନ୍ଧୁଆ ବେହେରା, ଅଙ୍କୁଶ ବର୍ମା,ମନୋରଞ୍ଜନ ମୁନୀ, ସୋନୁ କଂସ୍କାରୀ, ରାଜେଶ ପ୍ରସାଦ, ନର୍ମିତା ବାଗ, ରାଜ କୁମାର ହୀର, ରଶ୍ମିତା ସିଂ,ତିଳୋତ୍ତମା ପୁରଣଜ୍ଞ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ରାଉରକେଲା ରୁ କ୍ୟାମେରାମ୍ୟାନ ମୃତ୍ୟୁଞୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ୍ ସଂଘର୍ଷ ନିୟୁଜ ।
Get real time updates directly on you device, subscribe now.