ନବରଙ୍ଗପୁର(ସଂଘର୍ଷ ମିଡିଆ) : – ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ପଂଚାୟତର ବିଭିନ୍ନ ଗ୍ରାମର ବିଜେଡ଼ିର ନେତା ଓ କର୍ମୀ ଆଜି ଭାରତୀୟ ଜନତା ପାର୍ଟି ର ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପିରେ ଯୋଗ ଦେଇଛନ୍ତି। ଆଜି ବିଜେପି ର ଲୋକସଭା ନିର୍ବାଚନ ପରିଚାଳନା ପ୍ରସ୍ତୁତି ବୈଠକ ଅବସରରେ ଓଡ଼ିଶା ରାଜ୍ୟ ସହ ପ୍ରଭାରୀ ଶ୍ରୀମତୀ ଲତା ହୁଷେଣ୍ଡି ଓ ରାଜ୍ୟ ସଙ୍ଗଠନ ସଂପାଦକ ଶ୍ରୀ ମାନସ ମହାନ୍ତିଙ୍କ ଉପସ୍ଥିତିରେ ବିଦ୍ଧି ବଦ୍ଧ ଭାବେ ଦଳରେ ଯୋଗ ଦେଇଥିଲେ। ଯୋଗ ଦେଇଥିବା ନେତା କର୍ମୀ ମାନେ ହେଲେ ଶିବ ଶଙ୍କର ମାଳି (ଡମୁମାଳି), କୃଷ୍ଣ ଭତରା, ନନ୍ଦ ଗୌଡ, ଭୁଜବଳ ଭତରା, ଲକ୍ଷ୍ମଣ ଗୌଡ, ଦୈତାରି ମାଳି, ରାଜୀବ ମାଳି, ସାଇବ ମାଳି, ଝାଡେଶ୍ୱର ମାଳି, ବିଜୟ ହିଆଲ, ରୀନା ରାଣୀ ନାୟକ, ରତନ ନାୟକ ପ୍ରମୁଖ ଯୋଗ ଦେଇଥିଲେ।ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ଶ୍ରୀ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଶ୍ରୀ ଗୌରୀ ଶଙ୍କର ମାଝୀ ତଥା ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ବିଷୋୟୀ ଙ୍କ ଉପସ୍ଥିତି ରେ ଯୋଗ ଦେଇଥିବା ନେତା ମାନଙ୍କୁ ଉତ୍ତରୀୟ ଓ ଉପ ଢୌକନ ଦେଇ ସ୍ବାଗତ କରିଥଲେ। ଦିନକୁ ଦିନ ଦଳ ସୁଦୃଢ଼ ହେଉଥିବା ବେଳେ ଏହି ମିଶ୍ରଣ ଦ୍ଵାରା ଦଳ ମଜଭୁତ ସ୍ଥିତିରେ ପହଞ୍ଚିବ ବୋଲି ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାଲକାନଗିରି ଜିଲ୍ଲା ସଭାପତି ନିମାଇ ସରକାର, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ପୁର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ ଓ ଲୋକସଭା ପ୍ରାର୍ଥୀ ଶ୍ରୀ ମାନଜିର ଆର୍ଯ୍ୟ, ମାଲକାନଗିରି ବିଧାୟକ ପ୍ରାର୍ଥୀ ଶ୍ରୀ ନରସିଂହ ମାଦକାମି,ସଂଯୋଜାକ ଶ୍ରୀ ରାମେଶ୍ବର ଜେନା , ଅଶୋକ ପାଢ଼ୀ, ଅଚ୍ୟୁତ ବିଶୋଇ,ଜ୍ୟୋତି ରଞ୍ଜନ କଂସ, କାହ୍ନୁ ଦାଶ,ସମେତ ସାତଟି ବିଧାନସଭା କ୍ଷେତ୍ରର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍