ବିଜେପିକୁ ବାଏ ବାୟ କଲେ ଭୃଗୁ

81

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଡିଆଁ ପର୍ବ ସେତିକି ସକ୍ରିୟ ହେଉଛି । କିଏ ବିଜେଡି ଛାଡ଼ି ବିଜେପିରେ ମିଶୁଛି ତ ଆଉ କିଛି ବିଜେପି ନେତା ବିଜେଡିରେ ମିଶୁଛନ୍ତି । ଏଥିମଧ୍ୟରେ କଂଗ୍ରେସର କିଛି ନେତା ମଧ୍ୟ ବିଜେଡି ବିଜେପିରେ ସାମିଲ ହୋଇଛନ୍ତି । ଏପଟେ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଓ ଟିକେଟ୍ କସରତ୍ ଭିତରେ ରାଜ୍ୟରେ ଏବେ ଦଳ ଡ଼ିଆଁ ପର୍ବ ଟି ବେଶୀ ପରିଲଖିତ ହେଉଛି । ନିକଟରେ ବିଜେଡି ଓ ବିଜେପି ମଧ୍ୟରେ ଦଳଡିଆଁ ପର୍ବ ଚାଲିଛି । ନିର୍ବାଚନ ଟିକେଟକୁ ନେଇ ବଢୁଥିବା ଅନ୍ତର୍କନ୍ଦଳ ଭିତରେ  ନେତାମାନେ ଅସନ୍ତୁଷ୍ଟ ହୋଇ ଦଳ ଛାଡୁଛନ୍ତି । ଏହାରି ଭିତରେ ଭାଜପାକୁ ବାଏ ବାଏ କରିଛନ୍ତି ଭୃଗୁ ବକ୍ସିପାତ୍ର । ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି । ସୂଚନା ଅନୁଯାୟୀ , ବିଜେପିର ରାଜ୍ୟ ଉପସଭାପତି ଥିଲେ ଭୃଗୁ ବକ୍ସିପାତ୍ର । ସେ ଗତଥର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ । ୨୦୧୯ ନିର୍ବାଚନରେ ବିଜେପି ଟିକେଟରୁ ସେ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ । ବର୍ତ୍ତମାନ ସମୟରେ ଭୃଗୁ  ନିର୍ବାଚନ ପାଇଁ ଦଳରେ ସକ୍ରିୟ ନଥିଲେ । ବୋଧେ ଏଥିପାଇଁ ଦଳ ତାଙ୍କୁ ନିଜ ନଜରରେ ରଖିନଥିଲା ।  ଏଥିପାଇଁ ଭୃଗୁ ନିଜ ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ ‘ଅତ୍ୟନ୍ତ ଦୁଃଖର ସହ ମୁଁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି । ଦୀର୍ଘ ୨୩ ବର୍ଷ ଧରି ବିଜେପିର ଜଣେ ସଭ୍ୟ ଭାବରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଉନ୍ନତି ପାଇଁ ମୁଁ ମୋର ସମସ୍ତ ପ୍ରୟାସ କରିଛି । ପାର୍ଟି ଦେଇଥିବା ସମସ୍ତ ଦାୟିତ୍ୱକୁ ମୁ ଅତ୍ୟନ୍ତ ନିଷ୍ଠା, ପରିଶ୍ରମ  ସହ ତୁଲାଇଛି । ଏବଂ ବିଭିନ୍ନ ସାଂଗଠନିକ ଓ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ପାର୍ଟି ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ । କିନ୍ତୁ ଗତ କିଛିଦିନ ହେଲା ଦଳ ଆଉ ମୋ ସେବାର ଆବଶ୍ୟକତା କରୁନାହିଁ । ତେଣୁ ମୁଁ ଆଗକୁ ବଢିବା ପାଇଁ ସ୍ଥିର କଲି । ଜନସାଧାରଣଙ୍କ ସେବା ଏବଂ ଓଡ଼ିଶାର ବିକାଶ କ୍ଷେତ୍ରରେ ନିଜର କାର୍ଯ୍ୟକୁ ବଜାୟ ରଖିବି ବୋଲି ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More