ବିଜେଡି ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଗସ୍ତ : ମଇଦଲପୁରରେ ଜନ ସମୁଦ୍ର

21

Get real time updates directly on you device, subscribe now.

ନବରଙ୍ଗପୁର:(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନମଣ୍ଡଳୀ ର ମଇଦଲପୁର ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ପରିସରରେ ଡାବୁଗାଁ ନିର୍ବାଚନମଣ୍ଡଳୀ ତରଫରୁ ବିଜେଡି ର ନିର୍ବାଚନୀ ସଭାରେ ଯୋଗ ଦେଇ ଥିଲେ ବିଜେଡି ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ l ସେ ମଇଦଲପୁର କୁ ହେଲିକ୍ଯାପ୍ଟର ଯୋଗେ ଓହ୍ଲାଇ କାର ଯୋଗେ ମଞ୍ଚ ପାଖରେ ଓହ୍ଲାଇ ସିଧା ସଳଖ ଜନସାଧାରଣଙ୍କ ସହ ମିଶି କରମର୍ଦ୍ଦନ କରି ସାରିବା ପରେ ମଞ୍ଚ ଉପରକୁ ଉଠି ହାତ ହଲାଇ ସ୍ଵାଗତ ଜଣାଇ ଥିଲେ l ସାଥିରେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଡାବୁଗାଁ ବିଧାୟକ ତଥା ଡାବୁଗାଁ ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀ ମଞ୍ଚ ଉପରେ ଉପବେଶନ କରିଥିଲେ l ବିଧାୟକ ପ୍ରାର୍ଥୀ ଶ୍ରୀ ରନ୍ଧାରୀ ସରକାରଙ୍କ ସମସ୍ତ ଯୋଜନା ଉପରେ ବ୍ୟାପକ ଆଲୋଚନା କରି ଜନସାଧାରଣଙ୍କ ଠାରୁ କରତାଳି ସହ ହୁଳହୁଳି ରେ ଉକ୍ତ ସ୍ଥାନ ଉଛୁଳି ଉଠିଥିଲା l ସାଂସଦ ପ୍ରାର୍ଥୀ ଶ୍ରୀ ମାଝୀ ବିଧାୟକ ହେବ ତ ଡାବୁଗାଁ ବିଧାୟକ ପରି ହେବା ଦରକାର l ସେ ସବୁସମୟରେ ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ହୋଇ ତାଙ୍କ ନିର୍ବାଚନ ମଣ୍ଡଳୀର ସମସ୍ତ ସମସ୍ୟା କୁ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇ ସମସ୍ୟାର ସମାଧାନ କରିଥାଆନ୍ତି l ବିଜେଡି ସବୁବେଳେ “କଥାରେ ନୂହେଁ, କାମରେ ବିଶ୍ବାସ” କରେ ,ଆଗରୁ ନବରଙ୍ଗପୁର ଗସ୍ତରେ ଆସି ପାଣ୍ଡିଆନ୍ ସାର୍ ଜନ ସାଧାରଣଙ୍କ ସମସ୍ୟା ଉପରେ ଦରଖାସ୍ତ ଗ୍ରହଣ କରି ସେ ସବୁ କାମରେ କରିଥିବା ସମସ୍ତ କାର୍ଯ୍ୟ ହୋଇଥିବା ବିବରଣୀ ପାଠ କରି ଜଣାଇଥିଲେ l ଦୁଇଟି ଶଙ୍ଖରେ ଭୋଟ ଦେବା ପାଇଁ କହିବା ସହ ସାଂସଦ ପ୍ରାର୍ଥୀ ପ୍ରଦୀପ ଓ ବିଧାୟକ ପ୍ରାର୍ଥୀ ମନୋହର ଦୁଇ ଜଣ ଙ୍କୁ ଗୋଟିଏ ଗୋଟିଏ ଦୁଇଟି ଶଙ୍ଖ ଚିହ୍ନ ରେ ଭୋଟ ଦେଇ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନବାବୁଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆହ୍ଵାନ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଡାବୁଗାଁ ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ମିଶ୍ର, ପାପଡାହାଣ୍ଡି ବ୍ଳକ ସଭାପତି ବିଦ୍ୟାଧର ମଲ୍ଲିକ, କୋଷାଗୁମୁଡ଼ା ବ୍ଲକ ସଭାପତି ପଦମ ମାଳି ପ୍ରମୂଖ ଙ୍କ ବଳିଷ୍ଠ ନେତୃତ୍ଵରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲା ମହିଳା ସଭାପତି ମଞ୍ଜୁଳା ମାଝୀ, ସାଂସଦ ପ୍ରତିନିଧି ଏମ୍ ଅlପା ରାଓ, ଉପଦେଷ୍ଠା ମଳୟ ବିଶୋୟୀ ଓ କୈଳାଶ ବିଶୋୟୀ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଉପଦେଷ୍ଟା ମଳୟ ବିଶୋୟୀ ଓ କୈଳାଶ ବିଶୋୟୀ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ ଓ ଧନ ସିଂ ଭତ୍ରl, ପାପଡାହାଣ୍ଡି ବ୍ଳକ ଅଧ୍ୟକ୍ଷା ମାଳତୀ ମାଝୀ ଓ ଉପାଧ୍ଯକ୍ଷ ସୁଶାନ୍ତ ବେହେରା, ଜିଲ୍ଲା ଯୁବ ସଭାପତି ଶିବାନନ୍ଦ ବିଶୋଇ ପ୍ରମୁଖ ଙ୍କ ସହ ପାପଡାହାଣ୍ଡି, ଡାବୁଗାଁ ଓ କୋଷାଗୁମୁଡ଼ା ବ୍ଳକର ବିଜେଡି କର୍ମୀ ବହୁ ସଂଖ୍ୟାରେ ସହଯୋଗ କରିଥିବା ବେଳେ ଅନ୍ୟୁନ କୋଡ଼ିଏ ହଜାରରୁ ଉର୍ଦ୍ଧ ଜନସମାଗମ ହୋଇ ଥିଲା l ପୋଲିସ ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More