ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ବିଜେପି ପକ୍ଷରୁ ନିର୍ବାଚନ ଅଧିକାରିଙ୍କୁ ଦାବିପତ୍ର ପ୍ରଦାନ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ପୁରୀ ବ୍ରହ୍ମଗିରିର ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଆସିଥିବା ନିର୍ବାଚନ ଆଚରଣ ବିଧି ଉଲଘଂନ ମାମଲାରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀରେ ପୁରୀ ଜିଲା ବିଜେପି ପକ୍ଷରୁ ଏକ ଦାବି ପତ୍ର ବ୍ରହ୍ମଗିରି ନିର୍ବାଚନ ଅଧିକାରିଙ୍କୁ ପ୍ରଦାନ କରଯାଇଛି। ଘଟଣା ଘଟିବା ର 24 ଘଂଟା ପୁରିଥିବା ବେଳେ ପୁରୀ ଜିଲା ପ୍ରଶାସନ ନିର୍ବାଚନ କମିଶନ ଙ୍କ ଗାଇଡ ଲାଇନ୍ ଅନୁଯାୟୀ କୌଣସି କାର୍ଯ୍ୟନୁଷ୍ଠାନ ନନେବାରୁ ଏହାର ପ୍ରତିବାଦ ରେ ପୁରୀ ବିଜେପି ପକ୍ଷରୁ ଏହି ଦାବୀ ପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ଏ ଦିଗରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ବିଜେପି ଦାବୀ କରିଚି। ବୁଧବାର ଅପରାହ୍ନ ରେ ପୁରୀ ଅଠରନଳା ରେ ଏକ ମଣ୍ଡପ ପୁରୀ ସଦର ବ୍ଳକ ରେ କାର୍ଯ୍ୟ କରୁଥିବା crp, mbk, ଓ କିଛି ମହିଳା ଗୋଷ୍ଠୀ ଙ୍କୁ ବିଜେଡି ଏକତ୍ରିତ କରି ଆଗାମୀ ନିର୍ବାଚନ ରେ ଶାସନ ଦଳର ଯୋଜନା ଅନୁଯାଇ କାର୍ଯ୍ଯ ହେବ, ଭୋଟର ଙ୍କୁ ଟଂକା ବଣ୍ଟନରେ ସହଯୋଗ କରିବା କୁ ନେଇ ଏକ ବୈଠକ ହୋଇଥିବା ପୁରୀ ବିଜେପି ଅଭିଯୋଗ କରିଥିଲା। ବ୍ରହ୍ମଗିରି ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ପ୍ରରୋଚୋନା ରେ ତାଙ୍କ ପତ୍ନୀ ଙ୍କ ଉପସ୍ଥିତ ରେ ଏହି ବେଆଇନ କାର୍ଯ୍ୟ ହୋଇଥିବା ବିଜେପି ଅଭିଯୋଗ କରିଥିଲା। ଏ ନେଇ ଫ୍ଲାଇଙ୍ଗ ସ୍କ୍ୱାର୍ଡ କୁ ଖବର ଦିଆଯାଇଥିଲେ ମଧ୍ୟ କୌଣସ କାର୍ଯ୍ୟନୁଷ୍ଠାନ ହୋଇନଥିବା ବିଜେପି ଆଭିଯୋଗ କରିଚି।ବିଜେପି ଅଭିଯୋଗ ଆଣିଛି ଯେ ପୁରୀ ର ଅଠରନଳା ରେ ଥିବା ମଦନ କଲ୍ୟାଣ ମଣ୍ଡପ ରେ ବ୍ରହ୍ମଗିରି ର ବିଜେଡ଼ିର ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ପୂରୀ ସଦର ବ୍ଲକ ର 11 ଟି ପଂଚାୟତ ର ସି ଆର ପି, ଏମବିକେଙ୍କୁ ଡକାଯାଇ ଏକ ବୈଠକ ଆୟୋଜନ କରାଯାଇଥିଲା। ନିର୍ବାଚନ ଆଚରଣ ବିଧି ଅନୁସାରେ ଏହା ସମ୍ପୂର୍ଣ ବେଆଇନ। ତେବେ ଆଗମୀ ନିର୍ବାଚନ ରେ କିଭଳି ଭୋଟର୍ ଙ୍କୁ ପ୍ରଭାବିତ କରିହେବ, କିଭଳି ଟଂକା ବଣ୍ଟନ କରିହେବ ସେ ନେଇ ବୈଠକ ବସିଥିବା ପୁରୀ ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ ଅଭିଯୋଗ କରିଥିଲେ। ଟଂକା ବଣ୍ଟନ ପାଇଁ ଆସିଥିଲେ ମଧ୍ୟ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏହାକୁ ଜବତ କଲା ନାହିଁ। ପୋଲିସ୍ ଓ ପ୍ରଶାସନ ବିଜେଡି କୁ ସମ୍ପୂର୍ଣ ସହଯୋଗ କରିଥିବା ବିଜେପି ଅଭିଯୋଗ ଆଣିଛି। ତେବେ ପୁରୀ ଜିଲା ବିଜୁ ଜନତା ଦଳ ସଭାପତି ଦିବାକର ପାତ୍ର ଏହାକୁ ଦାୟିତ୍ଵ ନେଇ ପ୍ରତ୍ୟକ୍ଷ ଭାବେ ପରିଚଳନ କରୁଥିଲେ। ହେଲେ ପୋଲିସ୍ ଓ ସ୍କ୍ୱାର୍ଡ ସବୁ ଜାଣି ମଧ୍ୟ ତାଂକୁ ପଚରାଉଚରା ନ କରିବା ଦୁର୍ଭାଗ୍ୟର ବିଷୟ ବୋଲି ବିଜେପି ଅଭିଯୋଗ ଆଣିଛି।ତେବେ ବିଜେଡି ନେତା ମାନେ ଖୁଲମ୍ ଖୁଲା ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଥିବା ବେଳେ ଏହା ବିରୋଧ କଡ଼ା କାର୍ଯ୍ୟନୁଷ୍ଠାନ ନହେଲେ ଆଗାମୀ ଦିନରେ ବିଜେପି ବ୍ୟାପକ ପ୍ରତିବାଦ କରିବ ବୋଲି ପୁରୀ ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ କହିଥିଲେ। ସେପଟେ ବିଜେପି କର୍ମୀ କହିଚନ୍ତି ବ୍ରହ୍ମଗିରିର ବିଜେଡି ର ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ପତ୍ନୀ ନିଜେ ମଦନ ମଣ୍ଡପରେ ରହି ବୈଠକ ପରିଚାଳନା କରିଥିଲେ। ତେବେ ଏହି ବେଆଇନ କାର୍ଯ୍ୟ ଚାଲିଥିବା ବେଳେ ଫ୍ଲାଇଙ୍ଗ ସ୍କର୍ଡକୁ ଖବର ଦେଲା ପରେ ମଧ୍ଯ ଜାଣିଶୁଣି ବିଳମ୍ବ ରୁ ଆସିବାରୁ ସବୁ ପକାଇ ଯିବା ରେ ସକ୍ଷମ ହେଇଥିଲେ। ଏଣୁ ପ୍ରଶାସନ ଶାସକ ଦଳକୁ ସମ୍ପୂର୍ଣ ସୁରକ୍ଷା ଦେଉଥିବା ବିଜେପି କର୍ମୀ ଅଭିଯୋଗ ଆଣିଛନ୍ତି। ସେପଟେ ବିଜେପିର ଅଭିଯୋଗକୁ ପୁରୀ ଜିଲ୍ଲା ବିଜେଡ଼ିର ସଭାପତି ଦିବାକର ପାତ୍ର ଖଣ୍ଡନ କରିଚନ୍ତି।ସେ କହିଛନ୍ତି ଏହି ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ। ସେଠାର ବିଜେଡି ର କୌଣସି କାର୍ଯ୍ୟକ୍ରମ ନ ଥିଲା। ସେଠାରେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ କାର୍ଯକ୍ରମ ଥିଲା। ସେଠାକୁ କିଏ ଆସିଥିଲେ ତାହା ଜଣା ନାହିଁ। ତେବେ ନିର୍ବାଚନ ରେ ବିଜେଡିକୁ ବଦନାମ କରିବା ପାଇଁ ବିଜେପିର ଏହା ଷଡ଼ଯନ୍ତ୍ର। ଏହି ଭିତ୍ତିହୀନ ଅଭିଯୋଗର କୌଣସି ପ୍ରଭାବ ପଡ଼ିବ ନାହିଁ। ଆଗାମୀ ନିର୍ବାଚନରେ ବିଜେଡି ବିପୁଳ ବିଜୟ ହାସଲ କରିବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More