ବିଜେଡି ଗଡ଼ରେ ଫୁଟିଲା ପଦ୍ମ , ବିଜେଡିର ହେଭିୱେଟ ରମେଶଙ୍କୁ ଧୂଳି ଚଟାଇଲେ ନବାଗତ ନରସିଂହ ଭତରା

43

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଝରୀଗାଁ ନିର୍ବାଚନ ମଣ୍ଡଳୀ ହେଉଛି ବିଜେଡିର ହେଭିୱେଟ ନେତା ରମେଶ ଚନ୍ଦ୍ର ମାଝୀଙ୍କ ଗଡ଼ |ଏଥର ଏହି ବିଜେଡି ଗଡ଼ରେ ପଦ୍ମ ଫୁଟିଛି |୩ଥର ବିଧାୟକ ଓ ୧ଥର ସାଂସଦ ହୋଇଥିବା ରମେଶଙ୍କୁ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି |ତାହା ପୁଣି ନବାଗତ ବିଜେପି ପ୍ରାର୍ଥୀ ନରସିଂହ ଭତରାଙ୍କ ପାଖରୁ |ଝରୀଗାଁ ନିର୍ବାଚନ ମଣ୍ଡଳୀବାସୀ ପ୍ରଥମ ଥର ପାଇଁ ସେମାନଙ୍କ ମତ ବଦଳାଇ ଇତିହାସ ରଚିଛନ୍ତି |ବିଜେପିର ନରସିଂହ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ତଥା ସାଂସଦ ରମେଶ ମାଝୀଙ୍କ ଠାରୁ ୩୪୩୮ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି |ନରସିଂହ ପାଇଛନ୍ତି ସର୍ବାଧିକ ୭୬, ୫୬୭ଖଣ୍ଡ ଭୋଟ |ବିଜେଡିର ରମେଶଙ୍କୁ ମିଲିଛି ୭୩, ୧୨୯ଖଣ୍ଡ ଭୋଟ |ବିଜୟୀ ହେବାପରେ ନରସିଂହ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ହେଭିୱେଟ ରମେଶଙ୍କୁ ସେ ହରାଇ ନାହାନ୍ତି, ବରଂ ଝରୀଗାଁ ନିର୍ବାଚନ ମଣ୍ଡଳୀର ଜନସାଧାରଣ ହରାଇଛନ୍ତି |ଏଥିପାଇଁ ସେ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି |ଦୀର୍ଘ ୨୫ବର୍ଷ ବିଜେଡି ଶାସନରେ ଝରୀଗାଁ ନିର୍ବାଚନ ମଣ୍ଡଳୀବାସୀ ମୌଳିକ ସମସ୍ୟାରୁ ବଞ୍ଚିତ ହୋଇଛନ୍ତି |ବର୍ଷାଦିନରେ ଗର୍ଭବତୀଙ୍କୁ ଖଟିଆରେ ବୁହା ହେଉଛି |ସରକାରୀ କଲେଜ ନାହିଁ |ସେଭଳି ଧୋଡ୍ରାବାସୀ ବ୍ଲକ ପାଇଁ ଦାବୀ କରିଥିଲେ |ବିଜେଡି ସରକାର ତାହା ବି କରିପାରିନଥିଲା |ଝରୀଗାଁ ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ସମସ୍ୟାର ସମାଧାନକୁ ସେ ପ୍ରାଥମିକତା ଦେବେ |ନିର୍ବାଚନ ସମୟରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା |ଏଥିଲାଗି ଝରୀଗାଁବାସୀ ରମେଶଙ୍କୁ ଉଚିତ ଜବାବ ଦେଇଛନ୍ତି |ସୂଚନା ଥାଉ କି, ନରସିଂହ ଶିକ୍ଷକତା ଛାଡି ରାଜନୀତିରେ ପ୍ରବେଶ କରିଥିଲେ |ଗତ ପଂଚାୟତ ସ୍ତରୀୟ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ ପଦରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ |୨୦୧୯ରେ ଝରୀଗାଁ ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ପାଇଁ ଦାବୀଦାର ଥିଲେ |କିନ୍ତୁ ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କୁ ବିଜେପି ପ୍ରାର୍ଥୀ କରିଥିଲା | ଏଥର ନରସିଂହ ଟିକଟ ପାଇ କେବଳ ବାଜି ମାରିନାହାନ୍ତି ବରଂ ଅଭିଜ୍ଞ ରାଜନେତାଙ୍କ ଗଡ଼ ଦଖଲ କରି ରେକର୍ଡ ସୃଷ୍ଟି କରିଛନ୍ତି |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More