ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ

56

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ରାଜ୍ୟ ଯୁବ ବିଜେଡି ଉପସଭାପତି ଶ୍ରୀ ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ପୁରୀ ସଦର ଅନ୍ତର୍ଗତ ବାଲିପୁଟ ଗ୍ରାମପଞ୍ଚାୟତ ଠାରେ ଜନସଂପର୍କ ପଦଯାତ୍ରା ବାଲି ପୁଟ ଗ୍ରାମ ଓଡ ସାହି, ପାଟଣା ସାହି ଓ ଅନନ୍ୟା ଗ୍ରାମ ପରିକ୍ରମା ସହ ବେତାଳ ମା ଛୋଟିବୁଢୀ ମନ୍ଦିର ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରାୟେ 700 ରୁ ଉର୍ଦ୍ଧ୍ୱ କର୍ମୀ ପଦଯାତ୍ରା କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ପୂର୍ବତନ ସରପଞ୍ଚ ବାବାଜୀ ଫାରକ୍ କାର୍ଯ୍ୟକ୍ରମ ଆୟୋଜନ କରିଥିବା ସ୍ଥଳେ ପୁରୀ ନିମାପଡ଼ା ସମବାୟ ବ୍ୟାଙ୍କ ସଭାପତି କିଶୋର ଛୋଟରାୟ,ପୂର୍ବତନ ପୁରୀ ନଗରପାଳ ଶ୍ରୀ ଗୌରହରି ପ୍ରଧାନ, ପୁରୀ ଜିଲ୍ଲା ଯୁବ ସଭାପତି ନାରାୟଣ ସ୍ଵାଇଁ, ପୁରୀ ଜିଲ୍ଲା ଜୀବନ ବିନ୍ଦୁ ସହ ସଂଯୋଜକ ଶ୍ରୀ ଭଗବାନ ପଢ଼ିଆରି, ବରିଷ୍ଠ ଆଇନଜୀବୀ ଶ୍ରୀ ଗୋପାଳ ଚନ୍ଦ୍ର ପଣ୍ଡା, ପୁରୀ ଜିଲ୍ଲା କ୍ରୀଡା ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ସଂସଦଙ୍କ ପୁରୀ ସଦର ବ୍ଲକ ପ୍ରତିନିଧି ପ୍ରଭାତ ପୃଷ୍ଟି, ଗୋପିନାଥପୁର ସମିତି ସଭ୍ୟଙ୍କ ପ୍ରତିନିଧି ପ୍ରଭାକର ସମର୍ଥା, ବାସୁଦେବପୁର ସମିତି ସଭ୍ୟ ଅରୁଣ କୁମାର ମିଶ୍ର,ବଲିଗୁଆଲି ସମିତି ସଭ୍ଯା ମାମିନା ସାହୁ,ସମଙ୍ଗରା ସମିତିସଭ୍ୟା ଗୀତାଞ୍ଜଳି ବେହେରା,ଇତିଭୂଆଁ ସମିତି ସଭ୍ଯା ଗୀତାଞ୍ଜଳିସେନାପତି ,ରାୟ ଗରଡା ସମିତିସଭ୍ୟ କୈଳାଶ ଭୋଇ ,ଗଙ୍ଗା ନାରାୟଣପୁର ସମିତି ସଭ୍ୟ ବ୍ରଜ ବନ୍ଧୁ ନାୟକ, ବେଲଦଳ ପୂର୍ବତନ ସରପଞ୍ଚ କାଳୁ ପ୍ରଧାନ, ପୂର୍ବତନ ସରପଂଚ ବାଳିପୁଟ ବାବୁଲି ପରିଡ଼ା,ବରିଷ୍ଟ ବିଜେଡି ନେତା ରବି ନାରାୟଣ ସାମନ୍ତରାୟ, ଛାତ୍ର ନଗର ସଭାପତି ସାଗର ପାତ୍ର, ଜିଲ୍ଲା ଛାତ୍ର ସମ୍ପାଦକ ରାଜେଶ ତ୍ରିପାଠୀ ବାଲିପୁଟ ମହିଳା ମହାସଂଘ ସଭାନେତ୍ରୀ ବସନ୍ତ ମଞ୍ଜରି ପ୍ରଧାନ ଓ ସମ୍ପାଦିକା ସୁଲୋଚନା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More