ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

35

Get real time updates directly on you device, subscribe now.

ନୟାଗଡ(ସଂଘର୍ଷ ମିଡିଆ) : – ନୟାଗଡ ଜିଲ୍ଲା ଓଡଗାଁ ପଞ୍ଚାୟତ ସମିତି ଅନ୍ତର୍ଗତ ସାକେରୀ ଗ୍ରାମପଂଚାୟତ ଠାରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଅଛି. ରାଜ୍ୟ ସରକାର ଙ୍କ ଜନହିତକର ଯୋଜନା ଗୁଡିକ ବାର୍ତ୍ତା ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ନେଇ ବ୍ଲକ ବିଜେଡି ସଭାପତି ସୁଯ୍ୟନାରାୟଣ ଚୌଧୁରୀଙ୍କ ନେତ୍ରୁତରେ ଅନୁଷ୍ଠିତ ପଦଯାତ୍ରା ରେ ପଂଚାୟତ ସମିତି ଅଧକ୍ଷ ଲୋକନାଥ ସାହୁ. ଉପାଧ୍ୟକ୍ଷା ମୀରା ନାୟକ,ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ବିରଜାଲଷ୍ମୀ ସାହୁ, ବିଜେଡି ଉପସଭାପତି ନିତ୍ୟାନନ୍ଦ ପ୍ରଧାନ, ବିଜେଡି ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଝିଲି ପ୍ରଧାନ, ସାକେରୀ ଗ୍ରାମପଂଚାୟତ ସରପଞ୍ଚ ପାୟଲ କୁମାରୀ ପ୍ରଧାନ, ସମିତି ସଭ୍ୟା ମମତା ପ୍ରଧାନ, କୋରାପିଠା ପଂଚାୟତ ସରପଞ୍ଚ ପବିତ୍ର କୁମାର ସାହୁ, ସାକେରୀ ପଂଚାୟତ ର ସରପଞ୍ଚ ପ୍ରତିନିଧି କାହ୍ନୁ ଚରଣ ପ୍ରଧାନ ଙ୍କ ସମେତ, ଯୁବ ଛାତ୍ର, ମହିଳା ଓ ଦଳୀୟ କର୍ମକର୍ତା ପଦଯାତ୍ରାରେ ସାମିଲ ହୋଇ ସାକେରୀ ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି କଣମାରେଇସାହି ଗାଁରେ ପହଂଚି ଥିଲେ. ସେଠାରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ବିରଜାଲଷ୍ମୀ ସାହୁ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ଓଡିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁଙ୍କୁ ପଞ୍ଚମ ଥର ପାଇଁ ନୟାଗଡ ବିଧାନସଭା ଆସନର ବିଧାୟକ ଭାବେ ଆଶ୍ରିବାଦ କରିବା ନିମନ୍ତେ ଉପସ୍ଥିତ ଥିବା ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ । ବିଜେଡି କେବଳ କଥାରେ ନୁହେଁ କାମରେ ବିଶ୍ୱାସ କରେ ସ୍ଲୋଗାନ ଦେଇଥିଲେ। ଏହି ପଦଯାତ୍ରାରେ ଦୁଇ ହଜାର ରୁ ଅଧିକା ବିଜେଡି କର୍ମୀ ଯୋଗଦାନ ଦେଇଥିଲେ । ନୟାଗଡ଼ ନୂଆଗାଁରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More