ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

20

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡା ପଞ୍ଚାୟତ ଅଧୀନ ଜନ୍ଦ୍ରୀଗୁଡା, ଅଞ୍ଚଳା ପଞ୍ଚାୟତର ପୁଜାରିଗୁଡା ଓ ମେଦନା ପଞ୍ଚାୟତର ମେଦନା ଗ୍ରାମ ଠାରେ ବ୍ଲକ ବିଜେଡି ତରଫରୁ ଏକ କର୍ମୀ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏହି ୩ ଟି ସ୍ଥାନରେ ବିଜେଡି ର ନବରଙ୍ଗପୁର ସାଂସଦ ପାର୍ଥୀ ପ୍ରଦୀପ ମାଝୀ ଓ ଡାବୁଗାଁ ବିଧାୟକ ପାର୍ଥୀ ଭାବେ ମନୋହର ରନ୍ଧାରୀ ଯୋଗ ଦେଇ ଏହି ନିର୍ବାଚନରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ | ଏହାସହ କର୍ମୀ ମାନଙ୍କୁ ପ୍ରତି ଗ୍ରାମରେ ଘର ଘର ବୁଲି ଭୋଟ ମାଗିବାକୁ ପରାମର୍ଶ ଦିଆଯାଇଥିଲା | ଏହାସହ ଚଚରାଗୁଡା ପଞ୍ଚାୟତ ର ୱାର୍ଡ ମେମ୍ବର ତନ୍ତୀପା ପନକା ଙ୍କ ସହ ୫୪ ଜଣ, ଅଞ୍ଚଳା ପଞ୍ଚାୟତରୁ ୩୮ ଜଣ ଓ ମେଦନା ପଞ୍ଚାୟତ ରୁ ୩୪ ଜଣ ବିଭିନ୍ନ ଦଳ ଛାଡି ବିଜେଡି ଦଳରେ ସାମିଲ ହୋଇଥିଲେ | ଉକ୍ତ ସଭାରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ଏମପି ପ୍ରତିନିଧି ଏମ ଆପ୍ପା ରାଓ , ଡାବୁଗାଁ ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ବେହେରା, ୩ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ଓ ବହୁ କର୍ମୀ ମାନେ ସାମିଲ ଥିଲେ ।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More