ବିଜେଡ଼ି ପକ୍ଷରୁ ପୁରୀ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

55

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ଦିବାକର ପାତ୍ର ଏବଂ ପୁରୀ ଜିଲ୍ଲା ବିଜୁ ଜନତା ଦଳର ଶୀର୍ଷ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା ଜିଲ୍ଲାପାଳ ଶ୍ରୀ ଶ୍ରୀଦ୍ଧାର୍ଥ ଶେଖର ସ୍ଵାଇଁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଦିନିଆ ବର୍ଷାରେ ପୁରୀ ଜିଲ୍ଲାରେ ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ସମ୍ପର୍କରେ ପୁରୀ ଜିଲ୍ଲା ବିଜୁ ଜନତା ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି। ଚଳିତ ଡ଼ିସେମ୍ବର ମାସ ୧୯, ୨୦, ୨୧ ତାରିଖ ତିନିଦିନ ଧରି ଲଗାଣ ବର୍ଷାରେ ପୁରୀ ଜିଲ୍ଲାରେ ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି। ପୁରୀ ଜିଲ୍ଲାର ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇରହିଛି। ଚାଷୀ ମାନଙ୍କର ଧାନ ଅମଳ ସମୟରେ ଏହିପରି ଅବସ୍ଥା ଚାଷୀମାନଙ୍କୁ ସର୍ବସ୍ବାନ୍ତ କରିଦେଇଛି। କେଉଁଠି ଖରିଫ ଧାନ ବିଲରେ ଗଜା ହେଉଥିବା ବେଳେ କେଉଁଠି ରବି ଚାଷରେ ଗଜା ଧୋଇ ଯାଇଛି। ପନିପରିବା ଚାଷ ମଧ୍ୟ ଗଭୀର ଭାବେ ରେ ପ୍ରଭାବିତ ହୋଇଛି। ଏଣୁ ଆମ୍ଭେ ପୁରୀ ଜିଲ୍ଲାର ଚାଷୀକୁଳ ତରଫରୁ ସମସ୍ତ ବ୍ଲକର କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ କ୍ଷୟକ୍ଷତି ପ୍ରଦାନ କରିବା ପାଇଁ ପୁରୀ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଅନୁରୋଧ କରୁଅଛୁ। ଏହି ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ଦିବାକର ପାତ୍ର, ପୁରୀର ମାନ୍ୟବର ବିଧାୟକ ଶ୍ରୀ ସୁନିଲ କୁମାର ମହାନ୍ତି, କାକଟପୁର ମାନ୍ୟବର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ସତ୍ୟବାଦୀ ପୂର୍ବତନ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, ପିପିଲି ପୂର୍ବତନ ବିଧାୟକ ଶ୍ରୀ ରୁଦ୍ର ପ୍ରତାପ ମାହାରଥି, ପୁରୀ ଜିଲ୍ଲା ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ପ୍ରତିନିଧି ବିଦ୍ୟାଧର ସ୍ଵାଇଁ ଓ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ଵଧିନ କୁମାର ନାୟକ ଏବଂ ପୁରୀ , ବ୍ରହ୍ମଗିରି, ପିପିଲି, ସତ୍ୟବାଦୀ, କାକଟପୁର, ନିମାପଡ଼ା ବହୁ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତି ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More