ବିଜେଡ଼ି ନେତାଙ୍କ ନିର୍ବାଚନ ପ୍ରଚାରରେ କମ୍ପୁଛି ଅଞ୍ଚଳ

31

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ନିର୍ବାଚନର ପ୍ରଚାର ଯେଭଳି ବିଜୁ ଜନତାଦଳରେ ଦେଖାଯାଉଛି । ସେଭଳି ଅନ୍ୟ କୌଣସି ପାର୍ଟିରେ ଦେଖାଯାଉନାହିଁ । ବିଜେଡିର ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀଙ୍କ ସମେତ ବରିଷ୍ଠ ବିଜେଡି ନେତା ଓ ପ୍ରେମୀମାନେ ଘର ଘର ବୁଲି ପ୍ରଚାର ଆରମ୍ଭ କରିଦେଇଛନ୍ତି ।ସେହିପରି ଗୁମ୍ମା ବ୍ଲକ ତୁମ୍ବଡା ଗ୍ରାମରେ ଘରକୁ ଘର ବୁଲି କ୍ୟାମ୍ପନିଂ କରିବା ସଙ୍ଗେ ସଙ୍ଗେ ଲୋକମାନଙ୍କ ସହ ଦି’ପଦ କଥା ହୋଇଛନ୍ତି ଓ ଭଲମନ୍ଦ ପଚାରି ବୁଝିଛନ୍ତି । ରୂପେଶ ଭାଇଙ୍କ ଏଭଳି ଆତ୍ମିୟତାରେ ଅନୁପ୍ରାଣିତ ହୋଇ ତୁମ୍ବଡା ଗ୍ରାମବାସୀ ଓ ଯୁବଗୋଷ୍ଠୀମାନେ ତାଙ୍କ ସହିତ ଏହି କ୍ୟାମ୍ପନିଂରେ ସହଯୋଗ କରିଛନ୍ତି । ସାରା ଗ୍ରାମ ବିଜୁଜନତା ଦଳ ଜିନ୍ଦାବାଦ୍‌ ରୂପେଶ ଭାଇ ଜିନ୍ଦାବାଦ ନାରାରେ କମ୍ପି ଉଠିଛି ।କ୍ୟାମ୍ପନିଂ ପରେ ସେହି ଗ୍ରାମର ଯୁଗଗୋଷ୍ଠୀମାନଙ୍କ ଦ୍ୱାରା ଅନୁଷ୍ଠିତ ଭଲିବଲ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଅତିଥି ସାଜିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ଯୁବଗୋଷ୍ଠୀମାନଙ୍କ ସହ ଭଲିବଲ୍‌ ଖେଳିଥିଲେ । ଯୁବଗୋଷ୍ଠୀମାନେ ରୂପେଶ ଭାଇଙ୍କୁ ଏହି ନର୍ବାଚନରେ ଜିତାଇବା ପାଇଁ ସଂକଳ୍ପ ନେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More