ବିଜେଡ଼ିରେ ସ୍ଵାମୀ ଖରାପ କିନ୍ତୁ ସ୍ତ୍ରୀ ଭଲ

19

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – ଚାଲିଛି ନିର୍ବାଚନ ଋତୁ । ନିର୍ବାଚନ ମଇଦାନରେ ବିଭିନ୍ନ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ , ରାଜ୍ୟରେ ଶାସନାଧୀନ ବିଜେଡ଼ି ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ହଁ ଦର୍ଶକ ବନ୍ଧୁ ରାଜ୍ୟ ବିଜେଡ଼ିରେ ସ୍ଵାମୀ ଖରାପ କିନ୍ତୁ ସ୍ତ୍ରୀ ଭଲ । ଆସନ୍ତୁ ନଜର ପକାଇବା କେତେକ ପ୍ରମୁଖ ଘଟଣା ଉପରେ । ରାଜ୍ୟରେ ଚର୍ଚିତ ଚେହେରା ରବି ନାରାୟଣ ନନ୍ଦ , ଦଳ ତାଙ୍କ ଉପରେ ଭରସା କଲାନି ଟିକେଟ ଦେଲା ତାଙ୍କ ଧର୍ମପତ୍ନୀ ଇନ୍ଦିରା ନନ୍ଦଙ୍କୁ , ସେହିଭଳି ରାଜ୍ୟର ଆଉଜଣେ ଚର୍ଚିତ ଚେହେରା ହେଉଛନ୍ତି ରଜନୀକାନ୍ତ ସିଂ , ଦଳ ତାଙ୍କ ଉପରେ ଭରସା ନକରି ଟିକେଟ ଦେଇଛି ତାଙ୍କ ଧର୍ମପତ୍ନୀ ସଂଗୀତା ସିଂଙ୍କୁ , ସେହିପରି ପାରାଦୀପ ବିଧାୟକ ସଂବିତ ରାଉତରାଙ୍କୁ ଟିକେଟ ନଦେଇ ଦେଇଛି ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ରାଉତରାଙ୍କୁ , ସେହିପରି ବିଧାୟକ ରବି ଜେନାଙ୍କୁ ଟିକେଟ ନଦେଇ ଦେଇଛି ତାଙ୍କ ଧର୍ମପତ୍ନୀ ସୁବାସିନୀ ଜେନାଙ୍କୁ । ନିକଟରେ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡଚଣା ଆସନରେ ଟିକେଟ ଦେଇ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ହଁ ଦର୍ଶକ ବନ୍ଧୁ ଏଠି ସ୍ଵାମୀ ଖରାପ ସ୍ତ୍ରୀ ଭଲ । ବ୍ଯୁରୋ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More